ଏସ୍‌ଆଇଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ନୂଆପଡ଼ା(ଓଡ଼ିଶା ରିପୋର୍ଟର): ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଗୋଟମା ଛକରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କୋଇଲା ବୋଝେଇ ଟ୍ରକ୍ ଧକ୍କାରେ  ଏସ୍‌ଆଇଙ୍କ ମୃତ୍ୟୁ ଘଟିଛି। ମୃତ ପୁଲିସ ଏସ୍‌ଆଇ ଜଣଙ୍କ ହେଲେ ସୁଧାଂଶୁ ଶେଖର ପାଣ୍ଡେ। ତାଙ୍କ ଘର ବୋଡେନ ଥାନା ଅନ୍ତର୍ଗତ ବଇର ଗାଁରେ। ସୁଧାଂଶୁ ପରିବାର ସହ ନୂଆଖାଇ ପାଳନ କରିବାକୁ ଘରକୁ ଆସିଥିଲା। ଆଜି ସକାଳେ କୌଣସି କାମରେ ବଜାରକୁ ଆସିଥିବା ବେଳେ ଗୋଟମା ଛକରେ ଏକ […]

si

si

Tapaswini Nayak
  • Published: Thursday, 01 September 2022
  • Updated: 01 September 2022, 10:18 AM IST

Sports

Latest News

ନୂଆପଡ଼ା(ଓଡ଼ିଶା ରିପୋର୍ଟର): ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଗୋଟମା ଛକରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କୋଇଲା ବୋଝେଇ ଟ୍ରକ୍ ଧକ୍କାରେ  ଏସ୍‌ଆଇଙ୍କ ମୃତ୍ୟୁ ଘଟିଛି। ମୃତ ପୁଲିସ ଏସ୍‌ଆଇ ଜଣଙ୍କ ହେଲେ ସୁଧାଂଶୁ ଶେଖର ପାଣ୍ଡେ। ତାଙ୍କ ଘର ବୋଡେନ ଥାନା ଅନ୍ତର୍ଗତ ବଇର ଗାଁରେ।

ସୁଧାଂଶୁ ପରିବାର ସହ ନୂଆଖାଇ ପାଳନ କରିବାକୁ ଘରକୁ ଆସିଥିଲା। ଆଜି ସକାଳେ କୌଣସି କାମରେ ବଜାରକୁ ଆସିଥିବା ବେଳେ ଗୋଟମା ଛକରେ ଏକ କୋଇଲା ବୋଝେଇ ଟ୍ରକ୍‌ ଆସି ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଏସ୍‌ଆଇ ତଳେ ଛିଟିକି ପଡ଼ିଯାଇଥିଲେ। ଟ୍ରକ୍‌ଟି ତାଙ୍କ ଉପରେ ଚଢ଼ିଯାଇଥିଲା।  ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ ଟ୍ରକ୍‌କୁ ଜବତ କରିବା ସହ ଗାଡ଼ି ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି। ସୁଧାଂଶୁ କନଷ୍ଟେବଲ ଥିଲେ। କିଛି ଦିନ ତଳେ ତାଙ୍କର ପଦୋନ୍ନତି ହୋଇଥିଲା। ସେ ଏସ୍‌ଆଇ ହେଲା ପରେ ଅନୁଗୋଳରେ ଟ୍ରେନିଂ ନେଉଥିଲେ। ନୂଆଖାଇ ପାଳନ କରିବାକୁ ଘରକୁ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos