ବୁଡ଼ିଗଲା ମାଛ ଧରା ଟ୍ରଲର

ପାରାଦୀପ (ରମାକାନ୍ତ ନାୟକ): ଆଜି ଭୋରରେ ପାରାଦୀପ ଉପକୂଳରେ ବ୍ଲାକ୍‌ରୋଜ୍ ଜାହାଜ ସହ ପିଟି ହୋଇ ଏକ ଟ୍ରଲର୍‌ ସମୁଦ୍ରରେ ବୁଡ଼ି ଯାଇଛି। ତେବେ ଟ୍ରଲର୍‌ରେ ଥିବା ୬ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଟ୍ରଲର୍‌ଟି ମାଛ ଧରି ନେହେରୁ ବଙ୍ଗଳା ମାଛଧରା ବନ୍ଦରକୁ ଫେରୁଥିଲା। ଏହି ସମୟରେ ଘନ କୁହୁଡ଼ି ଯୋଗୁ ସମୁଦ୍ରରେ ଓଲଟି ପଡ଼ିଥିବା ବ୍ଲାକ୍‌ରୋଜ୍ ଜାହାଜ ସହ ଏହା ପିଟି ହୋଇଥିଲା ଓ ବୁଡ଼ି ଯାଇଥିଲା। ତେବେ ଟ୍ରଲରରେ ଥିବା ଛଅ […]

boat,,

boat,,

Tapaswini Nayak
  • Published: Tuesday, 05 November 2019
  • Updated: 05 November 2019, 11:35 AM IST

Sports

Latest News

ପାରାଦୀପ (ରମାକାନ୍ତ ନାୟକ): ଆଜି ଭୋରରେ ପାରାଦୀପ ଉପକୂଳରେ ବ୍ଲାକ୍‌ରୋଜ୍ ଜାହାଜ ସହ ପିଟି ହୋଇ ଏକ ଟ୍ରଲର୍‌ ସମୁଦ୍ରରେ ବୁଡ଼ି ଯାଇଛି। ତେବେ ଟ୍ରଲର୍‌ରେ ଥିବା ୬ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ଟ୍ରଲର୍‌ଟି ମାଛ ଧରି ନେହେରୁ ବଙ୍ଗଳା ମାଛଧରା ବନ୍ଦରକୁ ଫେରୁଥିଲା। ଏହି ସମୟରେ ଘନ କୁହୁଡ଼ି ଯୋଗୁ ସମୁଦ୍ରରେ ଓଲଟି ପଡ଼ିଥିବା ବ୍ଲାକ୍‌ରୋଜ୍ ଜାହାଜ ସହ ଏହା ପିଟି ହୋଇଥିଲା ଓ ବୁଡ଼ି ଯାଇଥିଲା। ତେବେ ଟ୍ରଲରରେ ଥିବା ଛଅ ଜଣ ମତ୍ସ୍ୟଜୀବୀଙ୍କୁ ଅନ୍ୟ ଏକ ଡଙ୍ଗାରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ଘନ କୁହୁଡ଼ି ହେତୁ ସମୁଦ୍ରରେ ବୁଡ଼ି ରହିଥିବା ବ୍ଲାକ୍‌ରୋଜ ଜାହାଜକୁ ଟ୍ରଲର ଚାଳକ ଦେଖି ପାରି ନଥିଲେ। ଫଳରେ ଦୁର୍ଘଟଣା ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos