ଭୁବନେଶ୍ୱର: ଟ୍ରକ୍ ଧକ୍କାରେ ଯୁବତୀ ମୃତ, ରାଜପଥ ଅବରୋଧ

ଭୁବନେଶ୍ୱର: ବାଣୀବିହାର ସ୍ଥିତ ସତସଙ୍ଗ ବିହାର ଛକଠାରେ ଆଜି ଏକ ଟ୍ରକ୍‌ ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଫେରାର ଡ୍ରାଇଭରକୁ ଗିରଫ ଓ ଫୁଟବ୍ରିଜ୍ ନିର୍ମାଣ ଦାବିରେ ସ୍ଥାନୀୟ ଲୋକେ ଏନଏଚ୍‌-୧୬ ଅବରୋଧ କରିଛନ୍ତି।

ଆଜି ଏକ ପଲସ୍‌ରରେ ଜଣେ ପୁରୁଷ ଓ ଯୁବତୀ ଯାଉଥିବା ବେଳେ ସତସଙ୍ଗ ବିହାର ଛକରେ ପଛପଟୁ ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା।