ରାସ୍ତାକଡ଼ରେ ଠିଆ ହୋଇଥିବା ବେଳେ ଚଢ଼ିଗଲା ଟ୍ରକ୍‌

ଜଳେଶ୍ୱର (ଅଜିତ୍‌ କୁମାର ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ତନଖି ଫାଟକ ନିକଟରେ ଏକ ମାଲବାହୀ ଟ୍ରକ୍‌ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ବିମଳ ଜେନା। ତାଙ୍କ ଘର ଜିଲ୍ଲାର ନଛିମପୁର ପଞ୍ଚାୟତର ଦେଉଳା ଗାଁରେ। ବିମଳ ଆଜି ୬୦ ନମ୍ବର ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଥିଲେ। ଏହି ସମୟରେ ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ଏକ ମାଲବାହୀ ଟ୍ରକ୍‌ ତାଙ୍କ ଉପରେ […]

accident9

accident9

Tapaswini Nayak
  • Published: Friday, 30 August 2019
  • Updated: 30 August 2019, 02:53 PM IST

ଜଳେଶ୍ୱର (ଅଜିତ୍‌ କୁମାର ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ତନଖି ଫାଟକ ନିକଟରେ ଏକ ମାଲବାହୀ ଟ୍ରକ୍‌ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ବିମଳ ଜେନା। ତାଙ୍କ ଘର ଜିଲ୍ଲାର ନଛିମପୁର ପଞ୍ଚାୟତର ଦେଉଳା ଗାଁରେ।

ବିମଳ ଆଜି ୬୦ ନମ୍ବର ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଥିଲେ। ଏହି ସମୟରେ ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ଏକ ମାଲବାହୀ ଟ୍ରକ୍‌ ତାଙ୍କ ଉପରେ ଚଢ଼ିଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର୍‌ ଏବଂ ହେଲପର୍‌ ଫେରାର ହୋଇଯାଇଛନ୍ତି। ଜଳେଶ୍ୱର ପୁଲିସ୍‌ ଟ୍ରକ୍‌କୁ ଜବତ କରି ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos