ଭୁବନେଶ୍ୱର: ପ୍ରଚଳିତ ଟୋଲ୍ ବ୍ୟବସ୍ଥାକୁ ବିରୋଧ କରି ଦେଶବ୍ୟାପୀ ଚାଲିଥିବା ଅନିର୍ଦ୍ଦିଷ୍ଟକାଳୀନ ଟ୍ରକ୍ ଧର୍ମଘଟର ଆଜି ଦ୍ୱିତୀୟ ଦିନ। ଫଳରେ ଠପ୍ ହୋଇଯାଇଛି ମାଲ୍ ପରିବହନ। ଟ୍ରକ୍ ମାଲିକଙ୍କ ଏହି ଧର୍ମଘଟ ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ବଢ଼ିବା ଆଶଙ୍କା କରାଯାଉଛି। ଟ୍ରକ୍ ଧର୍ମଘଟକୁ ଦୃଷ୍ଟିରେ ରଖି ରାଜ୍ୟ ବ୍ୟବସାୟୀ ମହାସଂଘ କହିଛି, ଆଗକୁ ଏହା ଜାରି ରହିଲେ ସାଧାରଣ ଲୋକଙ୍କ ପାଇଁ ସମସ୍ୟା ଉପୁଜିବା ଆଶଙ୍କା ରହିଛି। ଏହି ଧର୍ମଘଟରେ ଦେଶର ପ୍ରାୟ ୮୭ ଲକ୍ଷ ଟ୍ରକ୍ ସାମିଲ ହୋଇଥିବା ବେଳେ ଓଡ଼ିଶାର ୧ ଲକ୍ଷ ୭୦ ହଜାର ଟ୍ରକ୍ ଚକା ବନ୍ଦ କରିଛନ୍ତି। ତେବେ ଔଷଧ ଓ କ୍ଷୀର ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନକୁ ଧର୍ମଘଟରୁ ବାଦ୍ ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।