ଉଦ୍‌ଘାଟନ ପାଇଁ ଧୂପ ଲଗେଇଲା ବେଳେ ନଳକୂପରୁ ବାହାରିଲା ନିଆଁ

ପାଟକୁରା (ମନୋଜ ସ୍ୱାଇଁ): ନଳକୂଅରେ ଲାଗି ଗଲା ନିଆଁ। ଅଗ୍ନିଶମ କର୍ମଚାରୀ ଆସି ନିଆଁ ଲିଭାଇଲେ। ବିଶ୍ୱାସ ନହେଲେ ବି କଥାଟା ସତ।

କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ କୋଲାବୁଡ଼ା ଗାଁରେ। ଗାଁର ମାଗୁଣି ଚରଣ ସାହୁ ତାଙ୍କ ବାଡ଼ିରେ ଏକ ନୂଆ ନଳକୂଅ ବସାଇଥିଲେ। ନଳକୂଅକୁ ପୂଜା କରିବାକୁ ଆସିଥିବା ନନା ଧୂପକାଠିରେ ଅଗ୍ନି ସଂଯୋଗ କରିବାକୁ ଦିଆସିଲି ମାରିବା ମାତ୍ରେ ହଠାତ୍ ନଳକୂପରେ ନିଆଁ ଲାଗିଯାଇଥିଲା। ନିଆଁକୁ ଆୟତ୍ତ କରାଯାଇ ନପାରିବାରୁ କୋରୁଆ ଅଗ୍ନିଶମ ବାହିନୀକୁ ଖବର ଦିଆଗଲା। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇ ଥିଲେ।

ମାଟିତଳୁ ବାହାରୁ ଥିବା ପ୍ରାକୃତି ଗ୍ୟାସ୍ ପ୍ରଭାବରେ ଏପରି ଘଟଣା ଘଟିଥିବା ଅନୁମାନ କରାଯାଉଛି। ତେବେ ଏ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।