ଉତ୍କଳ ବିଶ୍ୱବିଦ୍ୟାଳୟର ଥିମ୍‌ ସଙ୍ଗ୍‌ ‘ତୁଙ୍ଗ ଶିଖର ଚୂଳ’ ଉନ୍ମୋଚିତ

ଭୁବନେଶ୍ୱର: ‘ତୁଙ୍ଗ ଶିଖର ଚୂଳ’ ହୋଇଛି ଉତ୍କଳ ବିଶ୍ୱବିଦ୍ୟାଳୟର ଥିମ୍ ସଙ୍ଗ୍। ଆଜି ବିଶ୍ୱବିଦ୍ୟାଳୟର ୪୭ତମ ସମାବର୍ତ୍ତନ ଉତ୍ସବ ଉପଲକ୍ଷେ ଏହି ଥିମ୍ ସଙ୍ଗକୁ ଉନ୍ମୋଚନ କରାଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଗୋଦାବରୀଶ ମିଶ୍ରଙ୍କ ଗୀତି କବିତା ‘ତୁଙ୍ଗ ଶିଖର ଚୂଳ’କୁ ଥିମ୍ ସଙ୍ଗ୍‌ କରିବା ନେଇ ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ୍ ସ୍ୱୀକୃତି ପ୍ରଦାନ କରିଥିଲା। ଏହି ଥିମ୍ ସଙ୍ଗର ଅବଧି ହେଉଛି ୨ ମିନିଟ୍ ୩୨ ସେକେଣ୍ଡ୍। ଉତ୍କଳ ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ତଥା ବିଶିଷ୍ଟ କଣ୍ଠଶିଳ୍ପୀ […]

bhu-୨

bhu-୨

Rakesh Mallick
  • Published: Tuesday, 16 February 2016
  • Updated: 16 February 2016, 11:40 AM IST

Sports

Latest News

ଭୁବନେଶ୍ୱର: ‘ତୁଙ୍ଗ ଶିଖର ଚୂଳ’ ହୋଇଛି ଉତ୍କଳ ବିଶ୍ୱବିଦ୍ୟାଳୟର ଥିମ୍ ସଙ୍ଗ୍। ଆଜି ବିଶ୍ୱବିଦ୍ୟାଳୟର ୪୭ତମ ସମାବର୍ତ୍ତନ ଉତ୍ସବ ଉପଲକ୍ଷେ ଏହି ଥିମ୍ ସଙ୍ଗକୁ ଉନ୍ମୋଚନ କରାଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଗୋଦାବରୀଶ ମିଶ୍ରଙ୍କ ଗୀତି କବିତା ‘ତୁଙ୍ଗ ଶିଖର ଚୂଳ’କୁ ଥିମ୍ ସଙ୍ଗ୍‌ କରିବା ନେଇ ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ୍ ସ୍ୱୀକୃତି ପ୍ରଦାନ କରିଥିଲା। ଏହି ଥିମ୍ ସଙ୍ଗର ଅବଧି ହେଉଛି ୨ ମିନିଟ୍ ୩୨ ସେକେଣ୍ଡ୍। ଉତ୍କଳ ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ତଥା ବିଶିଷ୍ଟ କଣ୍ଠଶିଳ୍ପୀ ମିତାଲି ଚିନ୍ନାରା ଏହାକୁ ପ୍ରସ୍ତୁତ କରିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟର ୪୭ ତମ ସମାବର୍ତ୍ତନ ଉତ୍ସବ ଅବସରରେ ଚାରି ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଉପାଧ୍ୟୁତ ଡିଗ୍ରୀ ପ୍ରଦାନ କରାଯାଇଛି। ସେମାନେ ହେଲେ ମାନ୍ୟବର ବିଚାରପତି ଜଷ୍ଟିସ୍ ବାସୁଦେବ ପାଣିଗ୍ରାହୀ, ଓଡ଼ିଶା ଓ କୋଲକତା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ପ୍ରଶାନ୍ତ କୁମାର ପଟ୍ଟନାୟକ, ଅର୍ଥନୀତି ବିଶାରଦ ଡଃ ନିମାଇଁ ଚରଣ ପଣ୍ଡା ଏବଂ ନାଲ୍‌କୋ ସିଏମ୍‌ଡି ତପନ କୁମାର ଚାନ୍ଦ। ଆଇନ, କଳା, ବିଜ୍ଞାନ ଓ ବାଣିଜ୍ୟରେ ପରିଚାଳନାଗତ ଦକ୍ଷତା ପାଇଁ ସେମାନଙ୍କୁ ଏହି ଡିଗ୍ରୀ ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟ ତରଫରୁ ୨୮୮ ଜଣଙ୍କୁ ପିଏଚ୍‌ଡି/ଡିଲିଟ୍, ୯୨ ଜଣଙ୍କୁ ସ୍ୱର୍ଣ୍ଣ ପଦକ ଓ ୭ ଜଣଙ୍କୁ ଅନ୍ୟାନ୍ୟ ପୁରସ୍କାର ପ୍ରଦାନ କରାଯାଇଛି।

ସମାବର୍ତ୍ତନ ଉତ୍ସବରେ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ଏସ୍.ସି ଜମିର ଓ ବିଶିଷ୍ଟ ପରମାଣୁ ବିଜ୍ଞାନୀ ତଥା କାଶ୍ମୀର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଫେସର ପଦ୍ମଶ୍ରୀ ଶ୍ରୀକୁମାର ବାନାର୍ଜୀ ଯୋଗ ଦେଇଥିଲେ। ପଦ୍ମଶ୍ରୀ ବାନାର୍ଜୀ ନିଜ ଅଭିଭାଷଣରେ ଶିକ୍ଷା କ୍ଷେତ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟର ଅବଦାନ ସଂପର୍କରେ ଆଲୋଚନା କରିଥିଲେ। ସେ କହିଥିଲେ, ଦେଶର ଉନ୍ନତିରେ ଆଜିର ଡିଗ୍ରୀଧାରୀ ଯୁବ ପୀଢ଼ିଙ୍କ ବହୁ ଅବଦାନ ରହିଛି। ସେମାନେ ନିଜକୁ ସଫଳ କରିପାରିଲେ ଦେଶର ଉନ୍ନତି ସମ୍ଭବ। ନୂତନତ୍ୱ ତଥା ଆବିଷ୍କାର ଜରିଆରେ ଆଗକୁ ପାଦ ବଢ଼ାଇବାକୁ ସେ ଯୁବ ପୀଢ଼ିଙ୍କୁ ଆହ୍ୱାନ ଦେଇଥିଲେ।

କୁଳାଧିପତି ତଥା ରାଜ୍ୟପାଳ ଏସ୍.ସି ଜମିର ନୂଆ ଡିଗ୍ରୀଧାରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଜୀବନର ଆହ୍ୱାନକୁ ଗ୍ରହଣ କରି ଆଜିର ପରିବର୍ତ୍ତନଶୀଳ ସମାଜକୁ ନିଜର ଜ୍ଞାନ, ସୃଷ୍ଟି ଓ ସୃଜନଶୀଳତା ଜରିଆରେ ସମୃଦ୍ଧ କରିବା ପାଇଁ ଆହ୍ୱାନ ଦେଇଥିଲେ।

ଅନ୍ୟମାନଙ୍କ ସହିତ କୁଳପତି ଡଃ ଅଶୋକ କୁମାର ଦାସ ଉପସ୍ଥିତ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story