କ୍ୱାର୍ଟର୍ସରେ ଚଲାଇଥିଲେ ଚୋରା କାଠ ବେପାର, ଜେଲ ଗଲେ ଷ୍ଟେସନ ମ୍ୟାନେଜର

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ନିଜ ସରକାରୀ ବାସଭବନରେ  ଚୋରା କାଠ ଆଣି ବେପାର କରୁଥିଲେ ଷ୍ଟେସନ ମ୍ୟାନେଜର। ନାମୀଦାମୀର ବିଭିନ୍ନ ଆସବାବପତ୍ର ତିଆରି  କରି ବିକ୍ରି କରୁଥିଲେ। ଭାବିଥିଲେ କେହି ଜାଣିପାରିବେ ନାହିଁ। ଶେଷରେ ବନ ବିଭାଗ ହାତରେ ଧରାପଡ଼ି ଯାଇଥିଲେ। । ବେଆଇନ କାଠ ବେପାର ଅଭିଯୋଗରେ ବନ ବିଭାଗ ତାଙ୍କୁ  ଗିରଫ  କରି ଜେଲ ପଠାଇ ଦେଇଛି। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ। ଧର୍ମେନ୍ଦ୍ର ବଲାଙ୍ଗିର ରେଲୱେ ଷ୍ଟେସନ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି।   […]

arrested

arrested

Tapaswini Nayak
  • Published: Tuesday, 24 May 2022
  • Updated: 24 May 2022, 12:08 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ନିଜ ସରକାରୀ ବାସଭବନରେ  ଚୋରା କାଠ ଆଣି ବେପାର କରୁଥିଲେ ଷ୍ଟେସନ ମ୍ୟାନେଜର। ନାମୀଦାମୀର ବିଭିନ୍ନ ଆସବାବପତ୍ର ତିଆରି  କରି ବିକ୍ରି କରୁଥିଲେ। ଭାବିଥିଲେ କେହି ଜାଣିପାରିବେ ନାହିଁ। ଶେଷରେ ବନ ବିଭାଗ ହାତରେ ଧରାପଡ଼ି ଯାଇଥିଲେ। । ବେଆଇନ କାଠ ବେପାର ଅଭିଯୋଗରେ ବନ ବିଭାଗ ତାଙ୍କୁ  ଗିରଫ  କରି ଜେଲ ପଠାଇ ଦେଇଛି। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ। ଧର୍ମେନ୍ଦ୍ର ବଲାଙ୍ଗିର ରେଲୱେ ଷ୍ଟେସନ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି।  

ଧର୍ମେନ୍ଦ୍ର ସରକାର ବାସଭବନରେ ଚୋରା କାଠରେ ବିଭିନ୍ନ ଆସବାବପତ୍ର ତିଆରି କରି  ବିକ୍ରି କରୁଥିଲେ। ଏନେଇ ବନ ବିଭାଭ କୌଣସି ସୂତ୍ରରୁ ଖବର ପାଇଥିଲା। ଗତ ୧୩ ତାରିଖ ଦିନ ଧର୍ମେନ୍ଦ୍ରଙ୍କ ସରକାରୀ କ୍ୱାର୍ଟର୍ସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ସରକାରୀ ବାସଭବନରୁ  ବେଆଇନ କାଠ ପଟା ଓ କାଠ ତିଆରି  ଆସବାବପତ୍ର  ଜବତ କରିଥିଲା ବନ  ବିଭାଗର ମୋବାଇଲ ସ୍କ୍ୱାର୍ଡ। ଏହାସହ  ଜଣେ କାଠ ମିସ୍ତ୍ରୀ ଓ ଶ୍ରମିକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଗଣମାଧ୍ୟମରେ ଏହି ଘଟଣା ପ୍ରସାରଣ ହେବାପରେ ଗତ ୧୬ ତାରିଖରେ ବଲାଙ୍ଗିର ଡିଏଫଓ ନୀତିଶ କୁମାର କଣ୍ଟାବାଜିଂ ରେଞ୍ଜରଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲା। ଘଟଣାର ତଦନ୍ତ କରିଗତକାଲି ଷ୍ଟେସନ ମ୍ୟାନେଜରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା କଣ୍ଟାବାଜିଂ ବନ ବିଭାଗ । ଜାମିନ ନାମଂଜୁର ହେବାରୁ ଷ୍ଟେସନ ମ୍ୟାନେଜରଙ୍କୁ ଗତକାଲି କଣ୍ଟାବାଜିଂ ଜେଲକୁ ପଠାଇ ଦିଆଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos