ବିଦ୍ୟୁତ ଆଘାତରେ ଦନ୍ତା ହାତୀ ମୃତ!

କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା ଭୁବନ ରେଞ୍ଜ ରାଙ୍କିଆ ଗାଁ ନିକଟରେ ଥିବା ଚାଷ ଜମିରୁ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ହାତୀଟିର ଅନୁମାନିକ ବୟସ ପ୍ରାୟ ୨୫ ରୁ ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

ଗତକାଲି ରାତିରେ ଦନ୍ତା ହାତୀଟି ଧାନ ଖାଇବା ପାଇଁ କ୍ଷେତକୁ ଆସିଥିଲା। ଧାନକ୍ଷେତରେ ବିଛା ଯାଇଥିବା ବିଦ୍ୟୁତ ତାର ସ୍ପର୍ଶରେ ହାତୀଟି ଆସିଯାଇଥିଲା।  ହାତୀଟିର ଶୁଣ୍ଢରେ ତାର ଗୋଡ଼ାଇ ଯାଇଥିଲା। ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା। ହାତୀଟିର ଶୁଣ୍ଢରେ ଗଭୀର ଆଘାତ ଲାଗିଥିବେ ଦେଖିବାକୁ ମିଳିଥିଲା।

ଆଜି ସକାଳେ ଗ୍ରାମବାସୀ ହାତୀଟିର ମୃତଦେହ କ୍ଷେତ ନିକଟରେ ପଡ଼ିଥିବା ବନ ବିଭାଗକୁ ଜଣାଇଥିଲେ। ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ କରୁଛି। ହାତୀଟିର କିପରି ମୃତ୍ୟୁ ଘଟିଲା,  ନା ଆଉ କିଛି କାରଣ ଅଛି  ବନ ବିଭାଗ ତାର ତଦନ୍ତ କରୁଛି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।