ଟୁଇନ୍ ସିଟିରେ ହେବ ୨ଟି ନୂଆ ଟ୍ରାଫିକ୍ ଥାନା: ପୋଲିସ୍ କମିଶନର ରାଜେନ୍ଦ୍ର ଶର୍ମା

ଭୁବନେଶ୍ୱର: ଟୁଇନ୍ ସିଟିର କ୍ରମବର୍ଦ୍ଧିଷ୍ଣୁ ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ୍ ପୋଲିସ ଯୋଜନା କରିଛି। ଏଥିପାଇଁ ଖୁବଶୀଘ୍ର କଟକ ଓ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଆଉ ୨ଟି ନୂତନ ଟ୍ରାଫିକ୍ ଥାନା। କଟକ ବକ୍ସି ବଜାର ଓ ଭୁବନେଶ୍ୱରର ଖଣ୍ଡଗିରି କିମ୍ୱା ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏହି ଥାନାଗୁଡ଼ିକୁ ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଥିବା ରବିବାର ପୋଲିସ କମିଶନର ରାଜେନ୍ଦ୍ର ଶର୍ମା ସୂଚନା ଦେଇଛନ୍ତି। ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ କମିଶନରେଟ୍ ପୋଲିସ ପକ୍ଷରୁ ଆୟୋଜିତ […]

police trafic

police trafic

Rakesh Mallick
  • Published: Sunday, 10 January 2016
  • Updated: 10 January 2016, 02:00 PM IST

ଭୁବନେଶ୍ୱର: ଟୁଇନ୍ ସିଟିର କ୍ରମବର୍ଦ୍ଧିଷ୍ଣୁ ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ୍ ପୋଲିସ ଯୋଜନା କରିଛି। ଏଥିପାଇଁ ଖୁବଶୀଘ୍ର କଟକ ଓ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଆଉ ୨ଟି ନୂତନ ଟ୍ରାଫିକ୍ ଥାନା। କଟକ ବକ୍ସି ବଜାର ଓ ଭୁବନେଶ୍ୱରର ଖଣ୍ଡଗିରି କିମ୍ୱା ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏହି ଥାନାଗୁଡ଼ିକୁ ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଥିବା ରବିବାର ପୋଲିସ କମିଶନର ରାଜେନ୍ଦ୍ର ଶର୍ମା ସୂଚନା ଦେଇଛନ୍ତି। ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ କମିଶନରେଟ୍ ପୋଲିସ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେଇ ସଡ଼କ ସୁରକ୍ଷାର ବିଭିନ୍ନ ଦିଗ ଉପରେ ପୋଲିସ କମିଶନର ଡ଼.ଶର୍ମା ଆଲୋକପାତ କରିବା ସହ ଏହି ସୂଚନା ଦେଇଥିଲେ।

ସେ କହିଥିଲେ, ରାଜଧାନୀର ୫୭ଟି ଛକରେ କମ୍ପ୍ୟୁଟରୀକୃତ ଟ୍ରାଫିକ୍ ସିଗନାଲ ଏବଂ ସିସିଟିଭି ପ୍ରକଳ୍ପ ଚଳିତ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଗତବର୍ଷ କେବଳ ଟ୍ରାଫିକ୍ ଥାନା ପକ୍ଷରୁ ଭୁବନେଶ୍ୱରରେ ଏକ ଲକ୍ଷରୁ ଅଧିକ ଆଇନ୍ ଉଲ୍ଲଂଘନକାରୀଙ୍କୁ ଠାବ କରାଯାଇ ସେମାନଙ୍କ ନିକଟରୁ ୨ କୋଟି ୫୮ଲକ୍ଷ ଟଙ୍କ। ଜୋରିମାନା ଆଦାୟ କରାଯାଇଛି। ସିସିଟିଭିରେ ଧରାପଡ଼ିଥିବା ୯ହଜାର ୮୦୭ ଜଣଙ୍କୁ ଜୋରିମାନା ପାଇଁ ନୋଟିସ୍ ପଠାଯାଇଛି।

ସେ କହିଥିଲେ, ଚଳିତବର୍ଷ ମଧ୍ୟ ଟ୍ରାଫିକ୍ ନିୟମ ଉଲଂଘନକାରୀଙ୍କ ଠାରୁ ରେକର୍ଡ ପରିମାଣରେ ଜରିମାନା ଆଦାୟ କରାଯାଇଛି। ଆଗକୁ ଏହି କାର୍ଯ୍ୟ ଜୋରଦାର ହେବ।

ଏହି ସ୍ୱତନ୍ତ୍ର ଉତ୍ସବରେ ମନ୍ତ୍ରୀ ଅଶୋକ ପଣ୍ଡା ଓ ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ, ବର୍ତ୍ତମାନ ଭୁବନେଶ୍ୱରରେ ୨୨ଟି ଓ କଟକରେ ୨୧ଟି ଟ୍ରାଫିକ୍ ଥାନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos