ଧରାହେଲେ ଯୁବ ବିଜେଡି ନେତାଙ୍କ ହତ୍ୟାକାରୀ

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ବିଜେଡି ଯୁବ ସଭାପତି ଯଶୋବନ୍ତ ପରିଡ଼ା ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ଓଡ଼ିଆ। ସେମାନଙ୍କୁ ଉତ୍ତର-ପୂର୍ବ ରାଜ୍ୟରୁ ଗିରଫ କରାଯାଇଥିବା ପୋଲିସ ଡିଜି ଆର.ପି. ଶର୍ମା କହିଛନ୍ତି। ମାତ୍ର ସେମାନଙ୍କୁ ନାମ ପ୍ରକାଶ କରାଯାଇ ନାହିଁ। ଅପରାହ୍ନରେ ଢେଙ୍କାନାଳ ଏସ୍‌ପି ଏନେଇ ସବିଶେଷ ତଥ୍ୟ ଦେବେ ବୋଲି ଜଣାପଡ଼ିଛି। ମାର୍ଚ୍ଚ ୨୬ ତାରିଖରେ ଘଟିଥିଲା ଏହି ଲୋମହର୍ଷଣକାରୀ […]

firing-768x603

firing-768x603

Rakesh Mallick
  • Published: Thursday, 05 April 2018
  • Updated: 05 April 2018, 11:37 AM IST

Sports

Latest News

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ବିଜେଡି ଯୁବ ସଭାପତି ଯଶୋବନ୍ତ ପରିଡ଼ା ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ଓଡ଼ିଆ। ସେମାନଙ୍କୁ ଉତ୍ତର-ପୂର୍ବ ରାଜ୍ୟରୁ ଗିରଫ କରାଯାଇଥିବା ପୋଲିସ ଡିଜି ଆର.ପି. ଶର୍ମା କହିଛନ୍ତି। ମାତ୍ର ସେମାନଙ୍କୁ ନାମ ପ୍ରକାଶ କରାଯାଇ ନାହିଁ। ଅପରାହ୍ନରେ ଢେଙ୍କାନାଳ ଏସ୍‌ପି ଏନେଇ ସବିଶେଷ ତଥ୍ୟ ଦେବେ ବୋଲି ଜଣାପଡ଼ିଛି।

ମାର୍ଚ୍ଚ ୨୬ ତାରିଖରେ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା। ଯଶୋବନ୍ତ ସକାଳ ୧୦ଟା ବେଳେ କାମାକ୍ଷାନଗରରେ ନିର୍ମାଣାଧୀନ ତାଙ୍କ ଘର କାମ ଦେଖି ନିଜ ଔଷଧ ଦୋକାନକୁ କାର୍‌ରେ ଯାଉଥିଲେ। ଗାନ୍ଧି ମନ୍ଦିର ନିକଟରେ ତାଙ୍କ କାର୍ ଉପରେ ହେଲା ଅତର୍କିତ ଆକ୍ରମଣ। ସମ୍ମୁଖରୁ ଏକ ବୋଲେରୋରେ ୪ରୁ ଅଧିକ ଦୁର୍ବୃତ୍ତ ଆସି ଆଖିବୁଜା ଗୁଳି ଚଳାଇ ଥିଲେ। ପ୍ରାଣ ବିକଳରେ କାରରୁ ବାହାରି ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିଲେ ଯଶୋବନ୍ତ। କିନ୍ତୁ ଦୁର୍ବୃତ୍ତମାନେ ମୁଣ୍ଡକୁ ଗୁଳି କରିବାରୁ ଘଟଣାସ୍ଥଳରେ ଟଳି ପଡ଼ିଥିଲେ ଯଶୋବନ୍ତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos