ନିଶା ବିକି କୋଟିପତି ହୋଇଥିଲେ ଦୁଇ ଭାଇ, ବାଜ୍ୟାପ୍ତି ହେଲା ସମ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଶା ମାଫିଆ ଅରୁଣ ପ୍ରଧାନ ଓ ବନମାଳୀ  ପ୍ରଧାନଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରାଯାଇଛି। ଏନ୍‌ଡିପିଏସ୍‌ ବଳରେ କୋଲକାତାର ପ୍ରାଧିକୃତ ଅଧିକାରୀଙ୍କ ଦ୍ୱାରା ଏହି ସମ୍ପତ୍ତି ବାଜ୍ୟାପ୍ତି କରାଯାଇଛି। ଜବତ ସମ୍ପତ୍ତି ମଧ୍ୟରେ ୫ଟି କମର୍ସିଆଲ ବିଲ୍ଡିଂ, ୮ଟି ପ୍ଲଟ୍, ୫୯୫ ଗ୍ରାମ ସୁନା,୧୯ଟି ବ୍ୟାଙ୍କ ଆକାଉଣ୍ଟ ଓ  ଦୁଇଟି ଗାଡ଼ି ରହିଛି। ଏହି ସବୁ ସମ୍ପତ୍ତି କିଛି  ଅରୁଣ ଓ ବନମାଳୀ ନିଜ ନାଁରେ ରଖିଥିବା ବେଳେ ଆଉ କିଛି  ନିକଟ ସର୍ମ୍ପକୀୟଙ୍କ ନାଁରେ ରହିଛି। ଅରୁଣ ଓ ବନମାଳୀଙ୍କ ଘର ଗଞ୍ଜାମ ଜିଲ୍ଲା ବୁଗୁଡା ଅଞ୍ଚଳରେ। ଏମାନେ ସମ୍ପର୍କରେ  ଦୁଇ  ଭାଇ ହେବେ।

ଅରୁଣ ଓ ଓ ବନମାଳୀ  ଗଞ୍ଜେଇ, ଅଫିମ ନିଶା କାରବାର କରୁଥିବା ଏସ୍‌ଟିଏଫ୍‌ କୌଣସି  ସୂତ୍ରରୁ ଖବର ପାଇଥିଲା। ଗଞ୍ଜେଇ ବିକ୍ରି କରିବା ପାଇଁ ଯାଉଥିବା ବେଳେ ୨ଭାଇଙ୍କୁ ଧରିଥିଲା। ସେମାନଙ୍କ ପାଖରୁ ୧୦୭କେଜି ଗଞ୍ଜେଇ ଓ ୫୧୭ଗ୍ରାମ୍ ଅଫିମ ଜବତ କରିଥିଲା।  ଏହାସହ ସୁନା,ରୁପା, ଗାଡ଼ି ଓ ପ୍ଲଟ୍‌ ଜବତ କରିଥିଲା। ଏସବୁ ନିଶା କାରବାର କରି ୨ ଭାଇ ଉପାର୍ଜନ କରିଥିବାରୁ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କୋଲକାତାର କମ୍ପିଟେଣ୍ଟ ଅଥରିଟି କୋର୍ଟରେ ଏସ୍‌ଟିଏଫ୍ ଆବେଦନ କରିବ ବୋଲି ଏସ୍‌ଟିଏଫ୍ ଡିଏସ୍‌ପି ସୂଚନା ଦେଇଥିଲେ।

 

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।