ପୋଖରୀରେ ବୁଡିଗଲେ ଦୁଇ ଭାଇ

କେନ୍ଦୁଝର: ଅଙ୍ଗନବାଡ଼ିରୁ ଘରକୁ ଫେରୁଥିବା ବେଳେ ପୋଖରୀରେ ବୁଡ଼ିଗଲେ ଦୁଇ ଭାଇ। ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। ଅଗ୍ନଶମ କର୍ମଚାରୀମାନେ ପୋଖରୀରୁ ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର କରିଛି।

ଆଜି ସକାଳେ ତେଲକୋଇ ଥାନର ମଲଣ୍ଡା ଗାଁର ତଇଳା ସାହିର ଦଶରଥ ଦିଗିଙ୍କ ପୁଅ ମନୋଜ(୫) ଓ ଦିନେଶ(୪) ଅଙ୍ଗନବାଡ଼ି ଯାଇଥିଲେ। ଅଙ୍ଗନବାଡ଼ି ଛୁଟି ହେବା ପରେ ଦୁଇ ଭାଇ ଘରକୁ ଫେରୁଥିବା ବେଳେ ପୋଖରୀରେ ପଡ଼ିଯାଇଥିଲେ। ଗାଁ ଲୋକେ ଜାଣିପାରି ପୋଖରୀରେ ଖୋଜାଖୋଜି କରିଥିଲେ। ମାତ୍ର ଦୁଇ ଭାଇଙ୍କ ପତ୍ତା ପାଇନଥିଲେ। ପରେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଗାଁରେ ପହଞ୍ଚି ପୋଖରୀରୁ ଦୁଇ ପିଲାଙ୍କୁ ଉଦ୍ଧାର କରିଥିଲେ।