ଖାତରେ ବୁଡ଼ି ଭାଇ ଭଉଣୀଙ୍କ ସଲିଳ ସମାଧି

ସୁନ୍ଦରଗଡ଼: ତଳସରା ଥାନା ତୁମୁଲିଆ ଗାଁରେ ୨ ଶିଶୁଙ୍କ ସଲିଳ ସମାଧି ଘଟିଛି। ଘର ନିକଟ ଜମିରେ ଥିବା ପାଣି ଭର୍ତ୍ତି ଖାଲରେ ପଡ଼ି ଏହି ଭାଇ, ଭଉଣୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ବାପା, ମା ଘରେ ନଥିବା ବେଳେ ଏହି ଅଘଟଣ ଘଟିଛି। ମୃତ ଶିଶୁଙ୍କ ମଧ୍ୟରୁ ଜଣଙ୍କ ନାଁ ଅମିତ୍ ସୋରେନ୍ (୫) ଏବଂ ଅନ୍ୟ ଜଣେ ତା’ ଭଉଣୀ ବିଜନ୍ତି ସୋରେନ୍ (୩) ବୋଲି ଜଣାପଡିଛି।