ପୋଖରୀରୁ ମିଳିଲା ଦାଦା ଓ ଝିଆରୀଙ୍କ ମୃତଦେହ; ଥିଲା ଅନୈତିକ ସମ୍ପର୍କ!

ବଣାଇ (ରଣଞ୍ଜିତ ଚୌଧୁରୀ): ଝିଆରୀକୁ ପ୍ରେମ କରୁଥିଲେ ସମ୍ପର୍କୀୟ ଦାଦା। ବିରୋଧ କଲେ ପରିବାର ଓ ସାହିଭାଇ। ଯେଉଁଥିପାଇଁ ଉଭୟ ଆତ୍ମହତ୍ୟାର ରାସ୍ତା ବାଛିଲେ। ବିଷ ପିଇ ପୋଖରୀକୁ ଡେଇଁ ପଡ଼ିଲେ। ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅଞ୍ଚଳରେ ଘଟିଛି। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ପୁଲିସ୍‌ର କହିବା ଅନୁସାରେ ନୂଆଗାଁର ଯୋଗେନ୍ଦ୍ର କିସାନ ଦୁଇଟି ପିଲାର ବାପା। କାମଦାମ କରି ଚଳନ୍ତି। ବିବାହିତ ହୋଇ ମଧ୍ୟ ଯୋଗେନ୍ଦ୍ର ତାଙ୍କ ସମ୍ପର୍କୀୟ ବଡ଼ଭାଇଙ୍କ ଝୁଅ ରୁଚି(ଛଦ୍ମନାମ)କୁ ପ୍ରେମ କରୁଥିଲେ। ରୁଚି ମଧ୍ୟ ଯୋଗେନ୍ଦ୍ରଙ୍କୁ ଭଲ ପାଉଥିଲେ। ଉଭୟ ଖୋଲମ୍‌ ଖୋଲା ପ୍ୟାର କରୁଥିଲେ। କିନ୍ତୁ ଉଭୟଙ୍କ ମିଳାମିଶାକୁ ସାହି ପଡ଼ିଶା ଓ ରୁଚିଙ୍କ ପରିବାର ଲୋକେ ଗ୍ରହଣ କରିପାରୁନଥିଲେ।

ରୁଚି ଓ ତାଙ୍କ ପ୍ରେମିକ ଯୋଗେନ୍ଦ୍ରଙ୍କୁ ବାରଣ କରୁଥିଲେ। ଏହାକୁ ନେଇ ଦୁଇ ମାସ ତଳେ ଗାଁରେ ଏକ ବୈଠକ ବସିଥିଲା। ରୁଚି ଓ ଯୋଗେନ୍ଦ୍ରଙ୍କ ମିଳାମିଶାକୁ ନେଇ ବୈଠକରେ ଆଲୋଚନା ହୋଇଥିଲା। ମିଳାମିଶା ନକରିବାକୁ ଯୋଗେନ୍ଦ୍ରଙ୍କୁ କହିଥିଲେ ଗାଁ ଲୋକେ। ଗାଁ ଲୋକଙ୍କ କଥାରେ ରାଜି ହୋଇଥିଲେ ଯୋଗେନ୍ଦ୍ର। କିଛି ଦିନରେ ନିରବତା ପରେ ପୁଣି ଥରେ ଉଭୟ ଖୋଲାମ୍‌ ଖୋଲା ରୋମାନ୍ସ କରୁଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ରୁଚିଙ୍କ ପରିବାର ଓ ଯୋଗେନ୍ଦ୍ରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ଆଜି ସକାଳେ ଯୋଗେନ୍ଦ୍ର ଓ ରୁଚିଙ୍କ ମୃତଦେହ ଗାଁ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ଏନେଇ ଗାଁ ଲୋକେ ଥାନାକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ପୋଖରୀ ନିକଟରେ କୀଟନାଶକ ବୋତଲ ପଡ଼ିଥିବାରୁ ଉଭୟ ବିଷ ପାନ ଆତ୍ମହତ୍ୟା କରିଥିବା ପୁଲିସ୍‌ ସନ୍ଦେହ କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।