ଟ୍ରକ୍‌କୁ ପିଟିଲା ଟ୍ରକ୍‌, ୨ ମୃତ

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଭାଗିରଥୀପୁର ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କୋଇଲା ବୋଝେଇ ଟ୍ରକ୍‌ ପଛରେ ଆଉ ଏକ ଟ୍ରକ୍ ପିଟି ହେବାରୁ ୨ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ଟ୍ରକ୍‌ର ଡ୍ରାଇଭର ଓ ହେଲ୍‌ପର୍‌। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଭାଗିରଥୀପୁର ନିକଟରେ ଥିବା ଏକ ଢାବା ସମ୍ମୁଖରେ କୋଇଲା ବୋଝେଇ ଟ୍ରକ୍‌ଟି ଛିଡ଼ା ହୋଇଥିଲା। ଏହି […]

truck1

truck1

Tapaswini Nayak
  • Published: Sunday, 25 October 2020
  • Updated: 25 October 2020, 01:21 PM IST

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଭାଗିରଥୀପୁର ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କୋଇଲା ବୋଝେଇ ଟ୍ରକ୍‌ ପଛରେ ଆଉ ଏକ ଟ୍ରକ୍ ପିଟି ହେବାରୁ ୨ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ଟ୍ରକ୍‌ର ଡ୍ରାଇଭର ଓ ହେଲ୍‌ପର୍‌।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଭାଗିରଥୀପୁର ନିକଟରେ ଥିବା ଏକ ଢାବା ସମ୍ମୁଖରେ କୋଇଲା ବୋଝେଇ ଟ୍ରକ୍‌ଟି ଛିଡ଼ା ହୋଇଥିଲା। ଏହି ସମୟରେ ଅନୁଗୋଳରୁ ଆଇରନ ପ୍ଲେଟ୍‌ ରୋଲ୍‌ ନେଇ ସମ୍ବଲପୁର ଅଭିମୁଖେ ଯାଉଥିବା ଅନ୍ୟ ଏକ ଟ୍ରକ୍ ଏହି କୋଇଲା ବୋଝେଇ ଟ୍ରକକୁ ପଛରୁ ଧକ୍କା ଦେଇଥିଲା। ଫଳରେ ଧକ୍କା ଦେଇଥିବା ଟ୍ରକର ଚାଳକ ଓ ହେଲ୍‌ପରଙ୍କ ମୃତ୍ୟୁ ଘଟିଥିଲା।

ମୃତକ ଦ୍ୱୟଙ୍କୁ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଭିତରୁ ବାହାର କରିବା ପାଇଁ ଦୀର୍ଘ ସମୟ ଲାଗିଥିଲା। ଜରପଡ଼ା ପୁଲିସ ଓ ଅନୁଗୋଳ ଅଗ୍ନିଶମ ବିଭାଗର କର୍ମଚାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ମୃତକ ଦ୍ୱୟଙ୍କୁ ସେଥିରୁ ବାହାର କରିଥିଲେ।

ପୁଲିସ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଜରପଡ଼ା ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ଅଧିକ ତଦନ୍ତ ଚଳାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos