ରାସ୍ତାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ନୂଆପଡା(ମାୟାଧର ସରାଫ): ରଥଯାତ୍ରାରେ ବୋଲେରୋ ଧକ୍କାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ। ଆଜି ସକାଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନୂଆପଡା ଜିଲ୍ଲା ଦେଇ ଯାଇଥିବା ୩୫୩ ନମ୍ୱର ଜାତୀୟ ରାଜପଥରେ ଘଟିଛି।

ସାଲେପଡା ଗାଁର ଲୋକନାଥ ଶବର ଓ ତିରନ ଶବର ବାଇକ୍‌ରେ କୋମନା ଅଭିମୁଖେ ଯାଉଥିଲେ। ସକାଳ ପ୍ରାୟ ସାଢ଼ ୯ଟା ବେଳେ  ୩୫୩ ନମ୍ୱର ଜାତୀୟ ରାଜପଥର ଜଡ଼ାମୁଣ୍ଡା ଗାଁ ନିକଟରେ ସମ୍ମୁଖରୁ ଆସୁଥିବା ବୋଲେରୋ ସହିତ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଛିଟିକି ହୋଇ ରାସ୍ତା ପାର୍ଶ୍ୱରେ ପଡ଼ିଥିଲେ।

ଦୁର୍ଘଟଣା ନେଇ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। କୋମନା ଅଗ୍ନିଶମ କର୍ମଚାରୀମାନେ ଦୁଇ ଯୁବକଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।