ଟ୍ରକ୍ ପଛରେ ପଶିଗଲା ବାଇକ୍, ଦୁଇ ମୃତ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଉମରକୋଟ-ରାଇଘର ରାସ୍ତାରେ ଏକ ଟ୍ରକ୍ ପଛରେ ବାଇକ୍‌ଟିଏ ପିଟି ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ମଞ୍ଜିତ ବେପାରି ଓ ସତ୍ୟଜିତ୍ ସରକାର। ମଞ୍ଜିତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ସତ୍ୟଜିତ୍‌ଙ୍କୁ ଗୁରୁତର ଅବସ୍ଥାରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଉମରକୋଟ-ରାଇଘର ରାସ୍ତାରେ ଥିବା ପେଟ୍ରୋଲ୍ ପମ୍ପ ନିକଟରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଥିଲା। ଉଭୟ ମୃତାହତ ୟୁଭି-୧ ବଡ଼କୁମାରୀ […]

tttt

tttt

Jitendra Garnayak
  • Published: Thursday, 18 October 2018
  • Updated: 18 October 2018, 01:04 PM IST

Sports

Latest News

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଉମରକୋଟ-ରାଇଘର ରାସ୍ତାରେ ଏକ ଟ୍ରକ୍ ପଛରେ ବାଇକ୍‌ଟିଏ ପିଟି ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।

ମୃତକମାନେ ହେଲେ ମଞ୍ଜିତ ବେପାରି ଓ ସତ୍ୟଜିତ୍ ସରକାର। ମଞ୍ଜିତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ସତ୍ୟଜିତ୍‌ଙ୍କୁ ଗୁରୁତର ଅବସ୍ଥାରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।

bikeଉମରକୋଟ-ରାଇଘର ରାସ୍ତାରେ ଥିବା ପେଟ୍ରୋଲ୍ ପମ୍ପ ନିକଟରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଥିଲା। ଉଭୟ ମୃତାହତ ୟୁଭି-୧ ବଡ଼କୁମାରୀ ଗ୍ରାମର। ସେମାନେ ଉମରକୋଟ୍‌କୁ ଦୁର୍ଗାପୂଜା ଦେଖିବାକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣାସ୍ଥଳର ଚିତ୍ର ଦେଖିଲେ ବାଇକ୍‌ଟି ଦ୍ରୁତଗତିରେ ଆସୁଥିବା ଜଣାପଡ଼ୁଛି। କାରଣ ବାଇକ୍‌ଟି ଅଧାରୁ ଅଧିକ ଟ୍ରକ ଭିତରେ ପଶି ଯାଇଥିଲା। ବାଇକ୍ ଚଲାଉଥିବା ଯୁବକ ଜଣଙ୍କ ଚାପି ହୋଇ ରହିଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos