ଟ୍ରକ୍‌ ଧକ୍କାରେ ୨ ବାଇକ୍ ଆରୋହୀ ମୃତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ୫୫ ନମ୍ୱର ଜାତୀୟ ରାଜପଥ ଶୋଭାଗାଡ଼ିଆ ନିକଟରେ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି।  ମୃତକଙ୍କ ପରିଚୟ  ମିଳିପାରି ନ ଥିବା ବେଳେ ଉଭୟ ଖମାର ଅଞ୍ଚଳର  ବୋଲି ଜଣାପଡ଼ିଛି। ସେମାନେ ଏକ ବାଇକ୍‌ରେ କଣ୍ଟାବଣିଆ ଭୂଷଣରୁ ବଅଁରପାଳ ଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ର୍ହିଁ ଉଭୟଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ଗତକାଲି […]

accident

accident

Rakesh Mallick
  • Published: Sunday, 26 November 2017
  • Updated: 26 November 2017, 09:48 AM IST

Sports

Latest News

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ୫୫ ନମ୍ୱର ଜାତୀୟ ରାଜପଥ ଶୋଭାଗାଡ଼ିଆ ନିକଟରେ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି।  ମୃତକଙ୍କ ପରିଚୟ  ମିଳିପାରି ନ ଥିବା ବେଳେ ଉଭୟ ଖମାର ଅଞ୍ଚଳର  ବୋଲି ଜଣାପଡ଼ିଛି। ସେମାନେ ଏକ ବାଇକ୍‌ରେ କଣ୍ଟାବଣିଆ ଭୂଷଣରୁ ବଅଁରପାଳ ଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ର୍ହିଁ ଉଭୟଙ୍କ ମୃତ୍ୟୁ ହୋଇଛି।

ଏହି ଦୁର୍ଘଟଣା ଗତକାଲି ରାତି ପ୍ରାୟ ସାଢେ ୧୧ଟାରେ ହୋଇଥିବା ଜଣାପଡ଼ିଛି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି  ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଦୁର୍ଘଟଣାଗ୍ରସ୍ତ ୨ଟି ଗାଡିକୁ ପୋଲିସ ଜବତ କରି ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos