ଲୋକଙ୍କୁ ଠକୁଥିଲେ, ଧରାପଡ଼ି ନିର୍ଧୂମ ଛେଚା ଖାଇଲେ

ନୂଆପଡ଼ା (ମୟାଧର ସରାଫ): ସରକାରୀ ଯୋଜନା କରାଇଦେବାକୁ କହି ଲୋକଙ୍କୁ ଠକୁଥିଲେ। ସେଥିପାଇଁ ଦୁଇ ଠକଙ୍କୁ ଧରି ଗାଁ ଲୋକେ ନିର୍ଧୂମ ଛେଚିଛନ୍ତି। ଆଜି ଏପରି ଅଭିଯୋଗ ନୂଆପଡ଼ା ଜିଲ୍ଲାରୁ ଆସିଛି। ପୁଲିସ ଗୁରୁତର ଦୁଇ ଠକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। କୋମନା ଥାନା ଚାନ୍ଦୋପଲା ଗାଁର ଅରୁଣ ତାଣ୍ଡି ଓ କୃପାସିନ୍ଧୁ ନାଗ। ଏମାନେ ଗାଁକୁ ଗାଁ ବୁଲି ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବା, ଋଣ କରାଇଦେବା, ଇ-ଶ୍ରମ ଯୋଜନା […]

Nuapada

Nuapada

Manoranjan Sial
  • Published: Saturday, 02 October 2021
  • Updated: 02 October 2021, 07:06 PM IST

ନୂଆପଡ଼ା (ମୟାଧର ସରାଫ): ସରକାରୀ ଯୋଜନା କରାଇଦେବାକୁ କହି ଲୋକଙ୍କୁ ଠକୁଥିଲେ। ସେଥିପାଇଁ ଦୁଇ ଠକଙ୍କୁ ଧରି ଗାଁ ଲୋକେ ନିର୍ଧୂମ ଛେଚିଛନ୍ତି। ଆଜି ଏପରି ଅଭିଯୋଗ ନୂଆପଡ଼ା ଜିଲ୍ଲାରୁ ଆସିଛି। ପୁଲିସ ଗୁରୁତର ଦୁଇ ଠକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି।

କୋମନା ଥାନା ଚାନ୍ଦୋପଲା ଗାଁର ଅରୁଣ ତାଣ୍ଡି ଓ କୃପାସିନ୍ଧୁ ନାଗ। ଏମାନେ ଗାଁକୁ ଗାଁ ବୁଲି ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବା, ଋଣ କରାଇଦେବା, ଇ-ଶ୍ରମ ଯୋଜନା ଓ କାଳିଆ ଆଦିରେ ସାମିଲ କରାଇ ଦେବାକୁ କହୁଥିଲେ। କିଛି ଦିନ ତଳେ ସେମାନେ ସନବାହାଲି ଗାଁର ରାଧେ ଅହିରଙ୍କ ଘରକୁ ଯାଇଥିଲେ। ବୋର ୱେଲ ଖନନ ପାଇଁ ଲକ୍ଷେ ଟଙ୍କା ଋଣ କରାଇଦେବାକୁ କହିଥିଲେ। ସେଥିପାଇଁ ରାଧେଙ୍କଠାରୁ ଆଧାର କାର୍ଡ, ବ୍ୟାଙ୍କ ପାସବୁକ ଓ ଟିପ ଚିହ୍ନ ନେଇଥିଲେ। ତାଙ୍କଠାରୁ କୁଆଡ଼େ ୫ ଥର ଟିପ ଚିହ୍ନ ନେଇଥିଲେ।

ତେବେ ପାସ୍‌ବୁକ ଅପଡେଟ୍‌ କଲା ପରେ ରାଧେ ଜଣିବାକୁ ପାଇଲେ, ତାଙ୍କ ଆକାଉଣ୍ଟରୁ ୫ ଥର ୧୦ ହଜାର କରି ସମୁଦାୟ ୫୦ ହଜାର ଟଙ୍କା ଉଠିଛି। ଏହି ଟଙ୍କା ଅରୁଣ ଓ କୃପାସିନ୍ଧୁ ନେଇଥିବା ଅଭିଯୋଗ  ହୋଇଥିଲା। ଦୁର୍ଭାଗ୍ୟକୁ ଆଜି ଅରୁଣ ଓ କୃପାସିନ୍ଧୁ ଗାଁକୁ ଆସିଥିଲେ। ଗାଁ ଲୋକେ  ସେମାନଙ୍କୁ ଧରି ହାତ ଗୋଡ ବାନ୍ଧି ପକାଇଥିଲେ। ପରେ ନିର୍ଧୂମ ଛେପି ଥିଲେ। ଲୋକଙ୍କ ମାଡରେ ଅରୁଣ ଅଚେତ ହୋଇ ପଡ଼ିଥିଲେ।

କୋମନା ଥାନା ପୁଲିସ୍‌ ଖବର ପାଇ ଦୁଇ ଜଣଙ୍କୁ ଉଦ୍ଧାର କରି କୋମନା ମେଡିକାଲରେ ଭର୍ତ୍ତି କରିଛି। ଅରୁଣ ପାଖରୁ ପଞ୍ଚ, ବାଲା, ଅନେକ ଏଟିଏମ କାର୍ଡ, ମୋବାଇଲ ଜବତ କରିଛି। ଏମାନେ ତେକେଦିନ ଧରି ଲୋକଙ୍କଠାରୁ ଥିଲେ, ପୁଲିସ ତାହା ଉପରେ ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos