ପୋଖରୀରେ ବୁଡ଼ି ୨ନାବାଳିକା ମୃତ

ଉମରକୋଟ(ଓଡ଼ିଶା ରିପୋର୍ଟର): ନବରଙ୍ଗପୁର ଜିଲ୍ଲା ଝରିଗାଁ ଗବାଗୁଡ଼ାରେ ଦୁଃଖଦ ଘଟଣା ଘଟିଛି। ପୋଖରୀରେ ବୁଡ଼ି ୨ଜଣ ନାବାଳିକାଙ୍କର ମୃତ୍ୟୁ ଘଟିଛି। ଉଭୟଙ୍କୁ ୧୫ ବର୍ଷ ହୋଇଥିଲା।

ଆଜି ଦୁଇ ଜଣ ନାବାଳିକା ସ୍କୁଲରୁ ଫେରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେମାନଙ୍କ ଗୋଡ଼ ଖସିଯାଇଥିଲେ। ସେମାନେ ପୋଖରୀରେ ବୁଡ଼ି ଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ଉଭୟଙ୍କ  ମୃତଦେହ ପୋଖରୀରୁ ଉଦ୍ଧାର କରାଯାଇଥିଲା।

ଦୁଇ ନାବାଳିକାଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।