ଭେଜି ଜଙ୍ଗଲରେ ଗୁଳି ବିନିମୟ, ଦୁଇ ଯବାନ ସହିଦ

ମାଲକାନଗିରି (ଓଡ଼ିଶା ରିପୋର୍ଟର): ଛତିଶଗଡ଼ ସୁକୁମା ଜିଲ୍ଲା ଭେଜି ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ଗୁଳି ବିନିମୟ ହୋଇଛି। ଫଳରେ ଦୁଇ ଜଣ ଯବାନ ସହିଦ ହୋଇଥିବା ବେଳେ ୬ରୁ ଅଧିକ ଆହତ ହୋଇଛନ୍ତି। ଏନ୍‌କାଉଣ୍ଟରରେ ଏକାଧିକ ମାଓବାଦୀ ନିହତ ହୋଇଥିବା ଅନୁମାନ କରାଯାଉଛି।

ସୁକମା ଅଞ୍ଚଳରେ ରାସ୍ତା କାମକୁ ବିରୋଧ କରି ମାଓବାଦୀମାନେ ଏକ ଠିକା ସଂସ୍ଥାର ସୁପରଭାଇଜର ଓ କର୍ମଚାରୀଙ୍କୁ ହତ୍ୟା କରିଥିଲେ। ଏପରିକି ଠିକା ସଂସ୍ଥାର ୧୨ଟି ଗାଡ଼ି ନିଆଁ ଲଗାଇ ପୋଡି ଦେଇଥିଲେ। ଖବର ପାଇ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀମାନେ ଗୁଳି ଚଳାଇଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ। ଦୀର୍ଘ ୫ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିଲା।