ଝଗଡ଼ାପାଡ଼ିରେ ଝଗଡ଼ା: ଛୁରା ଭୁସି ମାରିଦେଲେ ଦୁଇ ଭାଇଙ୍କୁ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଦୋକାନୀ ବାକି ଦେଲେନି। ଗ୍ରାହକଙ୍କ ମୁଣ୍ଡକୁ ଚଢ଼ିଗଲା ପିତ। ଜବରଦସ୍ତ ବାକି ନେବାକୁ ଚେଷ୍ଟା କଲେ। ଏଥିରେ ଅସଫଳ ହେବା ପରେ ଘଟାଇଲେ ବର୍ବରକାଣ୍ଡ। ଆଉ ଚାହୁଁ ଚାହୁଁ ଦୁଇ ଭାଇଙ୍କ ଛାତିରେ ଛୁରା ମାରି ଜୀବନ ନେଇଗଲେ। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଝଗଡ଼ାପାଡିରେ। ଅଭିଯୋଗ ହେବା ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ସୂଚନା ଅନୁସାରେ, […]

knife stappin in balasore

knife stappin in balasore

Rakesh Mallick
  • Published: Saturday, 24 March 2018
  • Updated: 24 March 2018, 10:47 PM IST

Sports

Latest News

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଦୋକାନୀ ବାକି ଦେଲେନି। ଗ୍ରାହକଙ୍କ ମୁଣ୍ଡକୁ ଚଢ଼ିଗଲା ପିତ। ଜବରଦସ୍ତ ବାକି ନେବାକୁ ଚେଷ୍ଟା କଲେ। ଏଥିରେ ଅସଫଳ ହେବା ପରେ ଘଟାଇଲେ ବର୍ବରକାଣ୍ଡ। ଆଉ ଚାହୁଁ ଚାହୁଁ ଦୁଇ ଭାଇଙ୍କ ଛାତିରେ ଛୁରା ମାରି ଜୀବନ ନେଇଗଲେ। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଝଗଡ଼ାପାଡିରେ। ଅଭିଯୋଗ ହେବା ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୋଲିସ ସୂଚନା ଅନୁସାରେ, ନାଙ୍ଗୁଡ଼ି ଗାଁର ବିକାଶ ଜେନା ଓ ତପନ ଜେନା ଝଗଡ଼ାପାଡ଼ିରେ ଏକ କୁକୁଡ଼ା ଦୋକାନ କରିଥିଲେ। ଆଜି ସନ୍ଧ୍ୟା ବେଳେ ଦୁଇ ଜଣ ଯୁବକ ଆସି ବାକିରେ କୁକୁଡ଼ା ମାଗିଥିଲେ। ମାତ୍ର ଦୁଇ ଭାଇ ବାକିରେ ଦେବାକୁ ମନା କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଯୁବକ ଦ୍ୱୟ ବିକାଶ ଓ ତପନଙ୍କ ଛାତିରେ ଛୁରା ଭୁସି ଦେଇ ଫେରାର ହୋଇଯାଇ ଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦୋକାନରେ ପହଞ୍ଚି ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମେ ବଡ଼ଭାଇ ବିକାଶର ମୃତ୍ୟୁ ଘଟିଥିଲା। ପରେ ସାନ ଭାଇର ମଧ୍ୟ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos