ପାଇଖାନା ସଫା କରୁଥିବା ବେଳେ ଚାଲିଗଲା ଦୁଇଟି ଜୀବନ

ନୂଆପଡ଼ା (ମାୟାଧର ସରାଫ): ନୂଆ ପାଇଖାନାର ପ୍ଲାଷ୍ଟର ଖୋଲୁଥିବା ବେଳେ ଜଣେ ଶ୍ରମିକ ଅସୁସ୍ଥ ହୋଇପଡ଼ି ଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ଦୁଇ ଜଣ ମଧ୍ୟ ଅସୁସ୍ଥ ହୋଇପଡ଼ିଥିଲେ। ମେଡ଼ିକାଲରେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣକ ମେଡ଼ିକାଲରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଏପରି ଘଟଣା ବରଗଡ଼ ଜିଲ୍ଲା ମାଣ୍ଡୋସିଲି ଗାଁରେ। ଆଜି ମାଣ୍ଡୋସିଲ୍‌ ଗାଁର ଶୁଶୀଲ ବାଗ୍‌ଙ୍କ ନୂଆପାଇଖାନାର ସଫା ହେଉଥିଲା। ମଦନ ବରିହା ନାମକ ଜଣେ […]

mandolisi village under bargarh dist

mandolisi village under bargarh dist

Rakesh Mallick
  • Published: Thursday, 17 May 2018
  • Updated: 17 May 2018, 03:49 PM IST

Sports

Latest News

ନୂଆପଡ଼ା (ମାୟାଧର ସରାଫ): ନୂଆ ପାଇଖାନାର ପ୍ଲାଷ୍ଟର ଖୋଲୁଥିବା ବେଳେ ଜଣେ ଶ୍ରମିକ ଅସୁସ୍ଥ ହୋଇପଡ଼ି ଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ଦୁଇ ଜଣ ମଧ୍ୟ ଅସୁସ୍ଥ ହୋଇପଡ଼ିଥିଲେ। ମେଡ଼ିକାଲରେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣକ ମେଡ଼ିକାଲରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଏପରି ଘଟଣା ବରଗଡ଼ ଜିଲ୍ଲା ମାଣ୍ଡୋସିଲି ଗାଁରେ।

ଆଜି ମାଣ୍ଡୋସିଲ୍‌ ଗାଁର ଶୁଶୀଲ ବାଗ୍‌ଙ୍କ ନୂଆପାଇଖାନାର ସଫା ହେଉଥିଲା। ମଦନ ବରିହା ନାମକ ଜଣେ ଶ୍ରମିକ ପ୍ରଥମେ ପାଇଖାନା ଭିତରକୁ ଯାଇଥିଲେ। ମାତ୍ର ପାଇଖାନାରୁ ନିର୍ଗତ ବିଷାକ୍ତ ଗ୍ୟାସ ପ୍ରଭାବରେ ସେ ଚେତା ହରାଇଥିଲେ। ବାହାରକୁ କିଛି ଶବ୍ଦ ନଆସିବାରୁ କରୁଣାକର ପଟେଲ ଓ ନେପାଳ ନେତାମ ପାଇଖାନା ଭିତରକୁ ଯାଇଥିଲେ। ସେମାନେ ମଧ୍ୟ ସେଠାରେ ଚେତା ହରାଇ ଥିଲେ। ଘର ମାଲିକ ଏ ସମ୍ପର୍କରେ ଜାଣିପାରି ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମଦନ ଓ କରୁଣାକରଙ୍କ ମୃତ୍ୟୁ ଘଟିଛି। ଏବେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ନେପାଳ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos