ପଞ୍ଚାୟତ ସମିତି ବୈଠକରେ ବିଷ୍ଣୁ–ରାଜଶ୍ରୀ ଗୋଷ୍ଠୀ ମୁହାଁମୁହିଁ

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ବିଜେଡିରେ ପୁଣି ଥରେ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଓ ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ସମର୍ଥକମାନେ ମୁହାଁମୁହିଁ ହୋଇଛନ୍ତି। ରଘୁନାଥପୁର ପଞ୍ଚାୟତ ସମିତି ବୈଠକକୁ କେତେକ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ନିମନ୍ତ୍ରଣ କରାଯାଇ ନଥିବାକୁ ନେଇ ବୈଠକ ସ୍ଥଳ ଋଣକ୍ଷେତ୍ର ପାଲଟିଥିଲା। ବିଷ୍ଣୁଙ୍କ ଉପସ୍ଥିତିରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବାରୁ ବୈଠକ ଅଧାରୁ ବନ୍ଦ ହୋଇଥିଲା। ସ୍ଥିତି ଏଭଳି ହୋଇଥିଲା ଯେ ପୁଲିସ୍ ଘଟଣାସ୍ଥଳକୁ ଆସି ଉଭୟ […]

bjd,

bjd,

Tapaswini Nayak
  • Published: Friday, 10 January 2020
  • Updated: 10 January 2020, 05:59 PM IST

Sports

Latest News

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ବିଜେଡିରେ ପୁଣି ଥରେ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଓ ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ସମର୍ଥକମାନେ ମୁହାଁମୁହିଁ ହୋଇଛନ୍ତି। ରଘୁନାଥପୁର ପଞ୍ଚାୟତ ସମିତି ବୈଠକକୁ କେତେକ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ନିମନ୍ତ୍ରଣ କରାଯାଇ ନଥିବାକୁ ନେଇ ବୈଠକ ସ୍ଥଳ ଋଣକ୍ଷେତ୍ର ପାଲଟିଥିଲା। ବିଷ୍ଣୁଙ୍କ ଉପସ୍ଥିତିରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବାରୁ ବୈଠକ ଅଧାରୁ ବନ୍ଦ ହୋଇଥିଲା। ସ୍ଥିତି ଏଭଳି ହୋଇଥିଲା ଯେ ପୁଲିସ୍ ଘଟଣାସ୍ଥଳକୁ ଆସି ଉଭୟ ପକ୍ଷକୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

୨୦୧୯ ସାଧାରଣ ନିର୍ବାଚନ ପରେ ପ୍ରଥମ ଥର ପାଇଁ ଆଜି ରଘୁନାଥପୁର ପଞ୍ଚାୟତ ସମିତି ବୈଠକ ହୋଇଥିଲା। ବୈଠକରେ ସ୍ଥାନୀୟ ବିଧାୟକ ବିଷ୍ଣୁ ଦାସ ଯୋଗ ଦେଇଥିଲେ। ତେବେ ବୈଠକକୁ କିଛି ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଆମନ୍ତ୍ରଣ କରା ନଯିବାକୁ ନେଇ ବିଡିଓ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା ମୁହାଁମୁହିଁ ହୋଇଥିଲେ। ଏପରିକି ଉଭୟ ଗୋଷ୍ଠୀ ଚେୟାର ଉଠାଇ ହାତାହାତି ହୋଇଥିବା ଦେଖିବାକୁ ମିଳିଥିଲା। ଯାହାପରବର୍ତ୍ତୀ ସମୟରେ ଅଧିକ ଉଗ୍ର ରୂପ ନେଇଥିଲା। ବିଷ୍ଣୁ ଓ ରାଜଶ୍ରୀ ସମର୍ଥକ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନେ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇ ମୁହାଁମୁହିଁ ହେବାରୁ ବୈଠକରେ ଉପସ୍ଥିତ ଥିବା ବିଧାୟକ ଶ୍ରୀ ଦାସ ଘଟଣାସ୍ଥଳ ଛାଡି ପଳାଇ ଯାଇଥିଲେ।

ସୂଚନାଯୋଗ୍ୟ, ଗତ କିଛି ବର୍ଷ ଧରି ଜିଲ୍ଲାରେ ବିଷ୍ଣୁ ଓ ରାଜଶ୍ରୀଙ୍କ ମଧ୍ୟରେ ଛକାପଞ୍ଝା ଯୋଗୁ ତିର୍ତ୍ତୋଲ ବିଜେଡିରେ ଅଶାନ୍ତି ଲାଗି ରହିଛି। ଏପରକି ଦଳୀୟ ସାଂଗଠନିକ ନିର୍ବାଚନରେ ମଧ୍ୟ ବିଷ୍ଣୁ ଗୋଷ୍ଠୀ ସକ୍ରିୟ ଭୂମିକା ତୁଲାଇ ନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos