ନଦୀ ଗର୍ଭରୁ ଉଦ୍ଧାର ହେଲା ପୂରାତନ ଶିବଲିଙ୍ଗ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ନଦୀ ଗର୍ଭରୁ ଉଦ୍ଧାର ହେଲା ଶିବଲିଙ୍ଗ। ଦୁଇଟି ଶିବଲିଙ୍ଗ ପାଣି ଭିତରୁ ବାହାରିଛି। ଶିବଲିଙ୍ଗ ଦୁଇଟି ବହୁ ପୂରାତନର ବୋଲି ଅନୁମାନ କରାଯାଉଛି। ଏହା ଏକ ଅଲୌକିକ ଘଟଣା ଭାବି ବଲାଙ୍ଗିର ଜିଲ୍ଲା ସଦରବ୍ଲକ ଚନ୍ଦନଭାଟି ଗାଁରେ ନଦୀ ଭିତରୁ ବାହାରିଥିବା ଶିବଲିଙ୍ଗକୁ ପୂଜା କରାଯାଉଛି। ସେଥିପାଇଁ ସେଠାରେ ଆଖପାଖ ଲୋକଙ୍କ ଗହଳୀ ଜମୁଛି।

ଚନ୍ଦନଭାଟି ଗାଁର କେତେକ ପିଲା ସୁକତେଲ ନଦୀରେ ଗାଧୋଉଥିଲେ। ପିଲାମାନେ ପାଣିରେ ଖେଳୁଥିବା ବେଳେ ପଥର ସଂସ୍ପର୍ଶରେ ଆସିଥିଲେ। ଏହା ପରେ ସେମାନେ ପାଣିରେ ବୁଡ଼ିଲା ବେଳେ ଶିବଲିଙ୍ଗକୁ ଦେଖିବାକୁ ପାଇଥିଲେ। ପରେ ଶିବଲିଙ୍ଗକୁ ପାଣିରୁ ଉଦ୍ଧାର କରି ନଦୀ କୂଳକୁ ଆଣିଥିଲେ। ଏବେ ଶିବଲିଙ୍ଗକୁ ଚନ୍ଦନଭାଟି ଗାଁରେ ଅବସ୍ଥାପିତ କରାଯାଇଛି। ଶିବଲିଙ୍ଗକୁ ବାବା ଚନ୍ଦନେଶ୍ୱର ନାଁରେ ପୂଜା କରାଯାଉଛି। ଆଖପାଖ ଗାଁ ଲୋକେ ଶିବଲିଙ୍ଗ ଦର୍ଶନ କରିବାକୁ ଭିଡ଼ ଜମାଉଛନ୍ତି। ବର୍ତ୍ତମାନ ସେଠାରେ ମନ୍ଦିର ତିଆରି ଚାଲିଛି।

ତେବେ ଏଠି ପ୍ରଶ୍ନ ଉଠୁଛି, ନଦୀ ଗର୍ଭକୁ ଏହି ଶିବଲିଙ୍ଗ ଆସିଲା କେଉଁଠୁ? ନଦୀର ପ୍ରଖର ସ୍ରୋତରେ ଭାସି ଆସିଛି ନା ମାଟି ତଳୁ ବାହାରିଛନ୍ତି। ମୁଗୁନି ପଥରରେ ତିଆରି ଏହି ଶିବଲିଙ୍ଗା ଭାସି ଆସିଲା ଭଳି ଲାଗୁନାହିଁ। ପାଣି ଭିତରୁ ଉଦ୍ଧାର ହୋଇଥିବା ଏହି ଶିବଲିଙ୍ଗ ଦୁଇଟି ବହୁ ପୂରାତନର ବୋଲି ଅନୁମାନ କରାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।