ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଦୁଇ ଭଉଣୀ ମୃତ

ବାରିପଦା (ମାଣିକଲାଲ୍‌ ପାଣି): ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଷଢେଇକଳା ଗାଁରେ ଏକ ଅଭାବନୀୟ ଘଟଣା କ୍ରମରେ କରେଣ୍ଟ ଲାଗି ୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ରାମେଶ୍ୱର ହାଁସଦାଙ୍କ ଝିଅ ସହ ତାଙ୍କ ଭାଇ ଝିଅ ଘରେ ବସି ଟିଭି ଦେଖୁଥିଲେ। ଅଧିକ ଗରମ ହେବାରୁ ଜଣେ ଶିଶୁ ପାଖରେ ଚାଲୁଥିବା ଟେବୁଲ ଫ୍ୟାନକୁ ନିଜ ଆଡକୁ କରିବାକୁ ହାତ ମାରିଥିଲା। ଫଳରେ ଶିଶୁଟି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଯାଇଥିଲା। ଏହି ସମୟରେ ଅନ୍ୟ ଝିଅଟି ତାକୁ ଧରି ପକାଇବାରୁ ସେ ମଧ୍ୟ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯାଇଥିଲା।

ଉଭୟଙ୍କୁ ଗୁରୁତର ଅବସ୍ଥାରେ ଘଣ ଲୋକେ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଉଭୟଙ୍କ ବୟସ ୫ରୁ ୬ ବର୍ଷ ହେବ ବୋଲି ଜଣାପଡିଛି।