କାମାକ୍ଷାନଗର: ଦୁଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ଚାଳକ ମୃତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଦରାଘଟି ରଙ୍ଗଥଳି ଛକ ନିକଟ ଜାତୀୟ ରାଜପଥ ୧୪୯ରେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଦୁଇ ଚାଳକଙ୍କ ମୃତ୍ୟୁ ଘଟିଛି।

ତାଳଚେର ପଟରୁ ଏକ କୋଇଲା ବୋଝେଇ ଟ୍ରକ ଆସୁଥବା ବେଳେ ବିପରୀତ ଦିଗରୁ ପାଲଲହଡା ଆଡୁ ଆସୁଥିବା ପ୍ଲାଷ୍ଟିକ୍‌ ଗ୍ଲାସ୍ ବୋଝେଇ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ କରିବା ସହ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।