୨ ବର୍ଷର ଶିଶୁପୁତ୍ର ଉପରେ ମାଡ଼ିଗଲା କାର୍

ରାଉରକେଲା (ଓଡ଼ିଶା ରିପୋର୍ଟର): ଖେଳୁଥିବା ବେଳେ ୨ ବର୍ଷର ଶିଶୁପୁତ୍ର ଉପରେ ମାଡ଼ିଗଲା କାର୍। ଘଟଣାଟି ଘଟିଛି ରାଉରକେଲାର ରଘୁନାଥପାଲି ଥାନା ଲେବର୍ ଟେନାମେଣ୍ଟ ଅଞ୍ଚଳରେ। ଗତକାଲି ସୁବାସ ବସ୍ତି ନିକଟରେ କିଛି ପିଲା ଖେଳୁଥିବା ବେଳେ ଏକ କାର୍ ଏହି ଶିଶୁଟିକୁ ଧକ୍କା ଦେଇଥିଲା। ହସ୍ପିଟାଲରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସେହି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ଅବରୋଧ କରିଥିଲେ ।ପୁଲିସ ପହଞ୍ଚି […]

rkl-1

rkl-1

Tapaswini Nayak
  • Published: Thursday, 12 November 2020
  • Updated: 12 November 2020, 10:10 AM IST

Sports

Latest News

ରାଉରକେଲା (ଓଡ଼ିଶା ରିପୋର୍ଟର): ଖେଳୁଥିବା ବେଳେ ୨ ବର୍ଷର ଶିଶୁପୁତ୍ର ଉପରେ ମାଡ଼ିଗଲା କାର୍। ଘଟଣାଟି ଘଟିଛି ରାଉରକେଲାର ରଘୁନାଥପାଲି ଥାନା ଲେବର୍ ଟେନାମେଣ୍ଟ ଅଞ୍ଚଳରେ।

ଗତକାଲି ସୁବାସ ବସ୍ତି ନିକଟରେ କିଛି ପିଲା ଖେଳୁଥିବା ବେଳେ ଏକ କାର୍ ଏହି ଶିଶୁଟିକୁ ଧକ୍କା ଦେଇଥିଲା। ହସ୍ପିଟାଲରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ପରେ ସେହି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ଅବରୋଧ କରିଥିଲେ ।ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ରାସ୍ତା ଅବରୋଧ ହଟିଥିଲା। ଏହା ସହିତ ଉକ୍ତ ଅଞ୍ଚଳରେ ଯେପରି କୌଣସି ଗାଡ଼ି ଦ୍ରୁତ ଗତିରେ ଯା’ଆସ ନ କରନ୍ତି, ସେ ନେଇ କଟକଣା ଜାଣି କରିବାକୁ ଲୋକେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos