ବିଦ୍ୟୁତ ଖୁଣ୍ଟ ଉଠାଇବା ବେଳେ ଯମ ହାବୁଡ଼ରେ ପଡ଼ିଲେ ଦୁଇ ହକି ଖେଳାଳି

ରାଜଗାଙ୍ଗପୁର(ଓଡ଼ିଶା ରିପୋର୍ଟର): ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ହକି ଖେଳାଳିଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଅଲଣ୍ଡା ପଞ୍ଚାୟତ ଅନ୍ତର୍ଗତ ଗରିଆମାଲ ଗାଁରେ। ମୃତକ ଦ୍ୱୟ ହେଲେ ସୁଜଲ ଏକ୍କା (୧୭) ଓ ବୀରେନ୍ଦ୍ର କୁଜୁର (୧୫)ବର୍ଷ। ଆଜି ସକାଳେ ସୁଜଲ ଓ ବୀରେନ୍ଦ୍ର ପ୍ରତିଦିନ ଭଳି ଆଜି ଗାଁ ପାଖ ପଡ଼ିଆକୁ ହକି ପ୍ରାକ୍ଟିସ କରିବାକୁ ଯାଇଥିଲେ। ହକି ପ୍ରାକ୍ଟିସ କରି ଫେରିବା ବେଳେ ବାଟରେ ଏକ  ବିଦ୍ୟୁତ […]

electricshock

electricshock

Tapaswini Nayak
  • Published: Tuesday, 03 May 2022
  • Updated: 03 May 2022, 12:21 PM IST

Sports

Latest News

ରାଜଗାଙ୍ଗପୁର(ଓଡ଼ିଶା ରିପୋର୍ଟର): ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ହକି ଖେଳାଳିଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଅଲଣ୍ଡା ପଞ୍ଚାୟତ ଅନ୍ତର୍ଗତ ଗରିଆମାଲ ଗାଁରେ। ମୃତକ ଦ୍ୱୟ ହେଲେ ସୁଜଲ ଏକ୍କା (୧୭) ଓ ବୀରେନ୍ଦ୍ର କୁଜୁର (୧୫)ବର୍ଷ।

ଆଜି ସକାଳେ ସୁଜଲ ଓ ବୀରେନ୍ଦ୍ର ପ୍ରତିଦିନ ଭଳି ଆଜି ଗାଁ ପାଖ ପଡ଼ିଆକୁ ହକି ପ୍ରାକ୍ଟିସ କରିବାକୁ ଯାଇଥିଲେ। ହକି ପ୍ରାକ୍ଟିସ କରି ଫେରିବା ବେଳେ ବାଟରେ ଏକ  ବିଦ୍ୟୁତ ଖୁଣ୍ଟ ତଳେ ପଡ଼ିଥିଲା। ଏହି ଦୁଇ ଜଣ ବିଦ୍ୟୁତ ଖୁଣ୍ଟଟିକୁ ଉଠାଇବା ବେଳେ  ଉପରେ ଯାଇଥିବା ୧୧ କେଭି ତାର ସଂସ୍ପର୍ଶରେ ଆସିଯାଇ ଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରାଜଗାଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ସୁଜଲ ଓ ବୀରେନ୍ଦ୍ରଙ୍କ ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ଗାଁରେ ‌ଶୋକର ଛାୟା ଖେଳି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos