ଉଦଳା: ଆତଙ୍କ ସୃଷ୍ଟି କରିଥିବା ବାଘକୁ ଘଉଡାଇ ଦେଲେ ଲୋକେ

ଉଦଳା: ଉଦଳା ଏନଏସି ଅନ୍ତର୍ଗତ ୧୨ ନମ୍ୱର ୱାର୍ଡରେ ଗତକାଲି ଆତଙ୍କ ସୃଷ୍ଟି କରିଥିବା ବାଘକୁ ସ୍ଥାନୀୟ ଲୋକେ ଘଉଡ଼ାଇ ଦେଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଫାର୍ମ ହାଉସରେ ପଶିଥିବା ବାଘଟିକୁ ସମସ୍ତେ ବାହାରୁ ଘେରି ରହିଥିଲେ । ଫଳରେ ଭୟରେ ବାଘଟି ଦିନରେ ବାହାରି ନ ଥିଲା। ତେବେ ରାତି ହେବା ପରେ ବାଘଟି ଜଙ୍ଗଲକୁ ଖସିଯାଇଥିବା ଜଣାପଡିଛି। ବାଘଟିକୁ ଧରା ଯାଇ ନ ଥିବାରୁ ସେ ପୁଣି ଜନବସତି ମଧ୍ୟକୁ ଆସି ଆକ୍ରମଣ […]

udala

udala

Rakesh Mallick
  • Published: Friday, 13 November 2015
  • Updated: 13 November 2015, 09:05 AM IST

ଉଦଳା: ଉଦଳା ଏନଏସି ଅନ୍ତର୍ଗତ ୧୨ ନମ୍ୱର ୱାର୍ଡରେ ଗତକାଲି ଆତଙ୍କ ସୃଷ୍ଟି କରିଥିବା ବାଘକୁ ସ୍ଥାନୀୟ ଲୋକେ ଘଉଡ଼ାଇ ଦେଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଫାର୍ମ ହାଉସରେ ପଶିଥିବା ବାଘଟିକୁ ସମସ୍ତେ ବାହାରୁ ଘେରି ରହିଥିଲେ । ଫଳରେ ଭୟରେ ବାଘଟି ଦିନରେ ବାହାରି ନ ଥିଲା। ତେବେ ରାତି ହେବା ପରେ ବାଘଟି ଜଙ୍ଗଲକୁ ଖସିଯାଇଥିବା ଜଣାପଡିଛି। ବାଘଟିକୁ ଧରା ଯାଇ ନ ଥିବାରୁ ସେ ପୁଣି ଜନବସତି ମଧ୍ୟକୁ ଆସି ଆକ୍ରମଣ କରିବା ଆଶଙ୍କ।ରେ ଅଛନ୍ତି ସ୍ଥାନୀୟ ଲୋକେ।

ଗତକାଲି ବାଘଟି ୧୨ ନମ୍ୱର ୱାର୍ଡରେ ଜଣେ ବ୍ୟକ୍ତିଙ୍କ ଫ।ର୍ମ ହାଉସରେ ପଶି ଯାଇଥିଲା। ବାଘଟିକୁ କାବୁ କରିବାକୁ ବନ ବିଭାଗ ଚାରିପଟୁ ଘେରି ରହିଥିଲେ। ତେବେ ଫ।ର୍ମହାଉସର ପଶ୍ଚିମ ପଟ ଦେଇ ବାଘଟି ଖସି ଯାଇଥିବା ବନ ବିଭାଗ ଅନୁମାନ କରୁଛି। ଗତକାଲି ବାଘ ଆକ୍ରମଣରେ ୩ଜଣ ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos