ବନ୍ୟା ପାଇଁ ବେହାଲ: କେଉଁଠି ୨ଫୁଟର ପାଣି ତ କେଉଁଠି ଜଳବନ୍ଦୀ

ଉଦଳା: ଲଗାଣ ବର୍ଷା ଯୋଗୁ କେବଳ ଦକ୍ଷିଣ ଓଡ଼ିଶା ପ୍ରଭାବିତ ହୋଇଛି ତା’ନୁହେଁ, ମୟୁରଭଞ୍ଜ ଜିଲ୍ଲା ଉଦଳାରେ ମଧ୍ୟ ସ୍ଥିତି ବେହାଲ ହୋଇଯାଇଛି। ଉଦଳାର କଣ୍ଠାଳ ପୋଲ ଉପରେ ୨ଫୁଟ୍ ଉଚ୍ଚର ପାଣି ଚାଲୁଛି। ବଢ଼ିପାଣି ପାଇଁ ଉଦଳା-କପ୍ତିପଦା ରାସ୍ତାରେ ଯାତାୟତ ପୂରାପରି ବନ୍ଦ ହୋଇଯାଇଛି।

ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବି ସମାନ ସ୍ଥିତି ଦେଖାଦେଇଛି। ଲଗାଣ ବର୍ଷା ଯୋଗୁଁ ରାଇଘର-ମହୁଭଟା କଲଭଟ୍ ଉପରେ ୪ ଫୁଟର ପାଣି ଚାଲୁଛି। ରାଇଘର-ଉମରକୋଟ ମଧ୍ୟରେ ଯୋଗାଯୋଗ ପୂରାପରି ବିଚ୍ଛିନ୍ନ ହୋଇଯାଇଛି।  ବହୁ ସଂଖ୍ୟାରେ ଗାଡ଼ିମୋଟର ରାସ୍ତା ରେ ଦୁଇ ପାର୍ଶ୍ୱରେ ଅଟକି ରହିଛି। ମୁଣ୍ଡିବେଡ଼ା ପଞ୍ଚାୟତର ୧୦ଟି ଗାଁ ଏବେ ପାଣି ଘେରରେ ରହିଛି।