ଅଣ୍ଡର ପାସ୍‌ ୱେ ଦାବିରେ ଶାଳପଡ଼ାରେ ଜାତୀୟ ରାଜପଥ ଅବରୋଧ

ଆନନ୍ଦପୁର: ଅଣ୍ଡର ପାସ୍‌ ୱେ ଦାବିରେ ଆଜି କେନ୍ଦୁଝର ଜିଲ୍ଲା ଶାଳପଡ଼ାରେ ସ୍ଥାନୀୟ ଲୋକ ଜାତୀୟ ରାଜପଥ-୨୧୫ ଅବରୋଧ କରିଥିଲେ। ଫଳରେ କେଇ ଘଣ୍ଟା ପାଇଁ ପାଣିକୋଇଲି ଓ କେନ୍ଦୁଝର ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ଅଟକି ରହିଥିଲେ।

ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

ପାଣିକୋଇଲି ରାଜାମୁଣ୍ଡାରେ ରାସ୍ତା ସଂପ୍ରାସାରଣ କାମ ଯୋଗୁଁ ଲୋକେ ଯାତାୟତରେ ଅସୁବିଧା ସୃଷ୍ଟି ହେଉଛି। ଶାଳପଡ଼ା ନିକଟରେ ଅଣ୍ଡରପାସ୍‌ ନିର୍ମାଣ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଏନଏଚ୍‌ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକ ଆଜି ରାସ୍ତା ଅବରୋଧ କରିଥିଲେ।