ଉଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କ ସହ ୮ ଜଣଙ୍କ ନାଁରେ ଚାର୍ଜଫ୍ରେମ୍

କେନ୍ଦୁଝର: ବହୁ ଚର୍ଚ୍ଚିତ ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କ ସହ ୮ ଜଣଙ୍କ ନାଁରେ ଚାର୍ଜଫ୍ରେମ୍ ହୋଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଖଣି ମାଲିକ ବିକେ ମହାନ୍ତି ଓ ପୂର୍ବତନ ଡିଡିଏମ୍ ମାନସ ମହାନ୍ତି।

କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଏହି ଚାର୍ଜଫ୍ରେମ ହୋଇଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ ୧୩/୨, ୪୨୦, ୪୦୯, ୪୬୮, ୩୭୯, ୧୨୦ (ବି) ଦଫା ଲାଗୁ କରାଯାଇଛି।

୧୮ଶହ କୋଟିର ଏହି ମହାଦୁର୍ନୀତିରେ ଭିଜିଲାନ୍ସ ପୂର୍ବରୁ ୨୯ ଜଣଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଥିଲା।