ଉମରକୋଟ: ଦେଢ଼ମାସର ଶିଶୁ ପୁତ୍ରକୁ ଚେଙ୍କ
ଉମରକୋଟ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଖାଣ୍ଡସାର ଗାଁର ଦିକ୍ଚାନ୍ଦଙ୍କ ଦେଢ଼ ମାସର ଶିଶୁପୁତ୍ରକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଶିଶୁଟିର ମୁଣ୍ଡରେ ଏକ ଘା’ ହୋଇଥିବାରୁ ତା’ ପରିବାର ଲୋକେ ଝରିଗାଁ ଓ ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇଥିଲେ। ତେବେ ଘା’ ଭଲ ନ ହେବାରୁ ପରିବାର ଲୋକେ ଗାଁରେ ଥିବା ଜଣେ ଦିଶାରୀ ପାଖକୁ ନେଇଥିଲେ। ଦିଶାରୀ ଜଣକ ଶିଶୁପୁତ୍ରର ଦେହ ଓ ମୁଣ୍ଡରେ ୧୫ରୁ ଅଧିକ ଚେଙ୍କ ଦେଇଥିଲେ।
ଶିଶୁଟିର ଅବସ୍ଥା ଏବେ ଗୁରୁତର ହୋଇପଡ଼ିଥିଲେ ସୁଦ୍ଧା ପରିବାର ଲୋକେ ତାକୁ ଅଦ୍ୟାବଧି ଡାକ୍ତରଖାନା ନେଇ ନାହାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।