ଟଙ୍କା ଫେରାଇଲେ ହିତାଧିକାରୀଙ୍କୁ ମିଳିବ ନୂଆ ଦରରେ ଘର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୬-୧୭ ଆର୍ଥିକ ବର୍ଷ ପୂର୍ବରୁ ବିଭିନ୍ନ ଆବାସ ଯୋଜନାରେ ଘର ନେଇ ଏପର୍ଯ୍ୟନ୍ତ ତାକୁ ସମ୍ପୂର୍ଣ୍ଣ କରିନଥିବା ହିତାଧିକାରୀମାନେ ପୁଣିଥରେ ଗୃହ ପାଇବାକୁ ଯୋଗ୍ୟ ବିବେଚିତ ହେବେ। ସେମାନଙ୍କୁ ସାନି ଘର ଆବଣ୍ଟନ କରାଯିବ। ତେବେ ଏଥିପାଇଁ ସେମାନଙ୍କୁ ନେଇଥିବା ଟଙ୍କା (ଘର ନିର୍ମାଣ ପାଇଁ) ଫେରସ୍ତ କରିବାକୁ ପଡ଼ିବ। ପୂର୍ବରୁ ଗୃହ ନିର୍ମାଣ ପାଇଁ ୨୨ହଜାର ଟଙ୍କା ଓ ପରେ ୭୫ହଜାର ଟଙ୍କା ଦିଆଯାଉଥିବାରୁ ସେଥିରେ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିବା ସମ୍ଭବପର […]

cvd

cvd

Hemant Lenka
  • Published: Wednesday, 11 December 2019
  • Updated: 12 December 2019, 09:49 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୬-୧୭ ଆର୍ଥିକ ବର୍ଷ ପୂର୍ବରୁ ବିଭିନ୍ନ ଆବାସ ଯୋଜନାରେ ଘର ନେଇ ଏପର୍ଯ୍ୟନ୍ତ ତାକୁ ସମ୍ପୂର୍ଣ୍ଣ କରିନଥିବା ହିତାଧିକାରୀମାନେ ପୁଣିଥରେ ଗୃହ ପାଇବାକୁ ଯୋଗ୍ୟ ବିବେଚିତ ହେବେ। ସେମାନଙ୍କୁ ସାନି ଘର ଆବଣ୍ଟନ କରାଯିବ। ତେବେ ଏଥିପାଇଁ ସେମାନଙ୍କୁ ନେଇଥିବା ଟଙ୍କା (ଘର ନିର୍ମାଣ ପାଇଁ) ଫେରସ୍ତ କରିବାକୁ ପଡ଼ିବ। ପୂର୍ବରୁ ଗୃହ ନିର୍ମାଣ ପାଇଁ ୨୨ହଜାର ଟଙ୍କା ଓ ପରେ ୭୫ହଜାର ଟଙ୍କା ଦିଆଯାଉଥିବାରୁ ସେଥିରେ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିବା ସମ୍ଭବପର ହୋଇପାରିନି।

ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବେ ଘର ଅସମ୍ପୂର୍ଣ୍ଣ ରଖିଥିବା ହିତାଧିକାରୀଙ୍କୁ ଟଙ୍କା ଫେରସ୍ତ କରି ପ୍ରଚଳିତ ଦରରେ ନୂଆ ଗୃହ ପାଇବା ନିମନ୍ତେ ଯୋଗ୍ୟ ବିବେଚିତ ହେବାକୁ ପରାମର୍ଶ ଦେଇଛନ୍ତି।
ରାଜ୍ୟ ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ(ସ୍ୱତନ୍ତ୍ର ପ୍ରକଳ୍ପ) ରାଜେଶ ପ୍ରଭାକର ପାଟିଲ ସମସ୍ତ ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଓ ବିଡିଓମାନଙ୍କୁ ଗତ ସପ୍ତାହରେ ଚିଠି ଲେଖି କହିଛନ୍ତି ଯେ ଗ୍ରାମାଞ୍ଚଳ ଆବାସ ଯୋଜନାରେ ଯେଉଁ ହିତାଧିକାରୀମାନେ ୨୦୧୬-୧୭ ପୂର୍ବରୁ ଘର ପାଇଛନ୍ତି ଓ ସେତେବେଳେ ଗୃହ ନିର୍ମାଣ ପାଇଁ ମଞ୍ଜୁର ହୋଇଥିବା ଅର୍ଥ ପରିମାଣ କମ୍ ଥିବାରୁ ନିଜର ଘର ସମ୍ପୂର୍ଣ୍ଣ କରିପାରିନାହାନ୍ତି ସେମାନେ ନେଇଥିବା ଅର୍ଥ ଫେରସ୍ତ କରି ପୁଣିଥରେ ସରକାରଙ୍କ ଆବାସ ଯୋଜନା ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। ୨୦୧୭ ନଭେମ୍ବର ମାସରେ ହିତାଧିକାରୀମାନଙ୍କ ମଧ୍ୟରେ ଏନେଇ ଆବଶ୍ୟକ ସଚେତନତା ସୃଷ୍ଟି କରିବାକୁ ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

୨୦୧୬-୧୭ ଆର୍ଥିକ ବର୍ଷ ପୂର୍ବରୁ ଯେଉଁ ହିତାଧିକାରୀମାନେ ଘର ପାଇଛନ୍ତି ସେମାନେ ଚାହିଁଲେ ନେଇଥିବା ଟଙ୍କା ସ୍ଥାନୀୟ ବିଡିଓଙ୍କୁ ଫେରସ୍ତ କରିପାରିବେ। ସେହି ହିତାଧିକାରୀମାନଙ୍କ ନାଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ର ୱେଟିଂ ଲିଷ୍ଟରେ ରହିବ ଓ ସେମାନଙ୍କୁ ପରବର୍ତ୍ତୀ ସମୟରେ ସେମାନଙ୍କ ପ୍ରାଥମିକତା ନମ୍ବର ଆଧାରରେ ନୂତନ ଗୃହ ଯୋଗାଇ ଦିଆଯିବ। ହିତାଧିକାରୀ ଫେରସ୍ତ କରିଥିବା ଅର୍ଥକୁ ବିଡିଓମାନେ ପ୍ରଧାନମନ୍ତ୍ରୀ ଆବାସ ପାଇଁ ଉଦ୍ଦିଷ୍ଟ ବ୍ଲକ ଜରୁରୀକାଳୀନ ପାଣ୍ଠିରେ ଜମା ରଖିବେ ଓ ତାକୁ ରାଜ୍ୟ ନୋଡାଲ ଆକାଉଣ୍ଟକୁ ସ୍ଥାନାନ୍ତର କରି ବିଭାଗକୁ ଜଣାଇବେ।

ଏନେଇ ହିତାଧିକାରୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ସେ ସମସ୍ତ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଜନସଚେତନତା କାର୍ଯ୍ୟକ୍ରମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଉପଯୋଗ କରି ଘରଘର ବୁଲି ହିତାଧିକାରୀଙ୍କୁ ଜଣାଇବାକୁ ସେ ପରାମର୍ଶ ଦେଇଛନ୍ତି। ସମସ୍ତଙ୍କୁ ନିଶ୍ଚିତ ବାସଘର ଯୋଗାଇ ଦେବା ଲକ୍ଷ୍ୟକୁ ହାସଲ ନିମନ୍ତେ ସବୁ ପ୍ରକାର ପ୍ରୟାସ କରିବାକୁ ଶ୍ରୀ ପାଟିଲ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୧୬-୧୭ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଆବଣ୍ଟିତ ଘର ମଧ୍ୟରୁ ପ୍ରାୟ ୭୦ହଜାର ଘର ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos