ତିନିମାସ ଭିତରେ ଜୟପୁର ଏୟାରପୋର୍ଟକୁ ମିଳିବ ଉଡ଼ାଣ ଅନୁମତି

ଜୟପୁର (ଓଡ଼ିଶା ରିପୋର୍ଟର): ଆଗାମୀ ତିନି ମାସ ଭିତରେ ଉଡାଣ ପାଇଁ ଜୟପୁର ଏୟାରପୋର୍ଟକୁ ମିଳିବ ଅନୁମତି। ଏଥିପାଇଁ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଏହାର ଅନୁଧ୍ୟାନ କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପଢୀ।

ଜୟପୁର ଏୟାରଷ୍ଟ୍ରିପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପଢୀଙ୍କ ସହ ଏୟାର ଟ୍ରାଫିକ ସିକ୍ୟୁରିଟି ଏବଂ ଏୟାରପୋର୍ଟ ଅଥରଟି ଅଫ୍ ଇଣ୍ଡିଆର ବରିଷ୍ଠ ଅଧିକାରୀମାନେ ପହଞ୍ଚି ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଆଗାମୀ ଦିନରେ ଏଠାରେ ୧୮ ସିଟ୍ ବିଶିଷ୍ଟ ବିମାନ ସେବା ଉପଲବ୍ଧ ହେବାକୁ ରହିଛି। ସେଥିପାଇଁ କିଭିଳି ଚାଲିଛି କାର୍ଯ୍ୟ ଚାଲିଛି, ତାହାର ଯାଞ୍ଚ କରିଥିଲେ ପୂରା ଟିମ୍। ବିଶେଷକରି ବିମାନ ଉଡାଣ ପାଇଁ ଆବଶ୍ୟକ ଲାଇସେନ୍ସ ପାଇବାକୁ କିଭଳି ଆବେଦନ କରାଯିବ ଓ କ’ଣ ସବୁ ଆବଶ୍ୟକତା ପୂରଣ କରାଯିବ ସେନେଇ ଅଧିକାରୀମାନେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ବର୍ତ୍ତମାନ ଅବତରଣ ପାଇଁ ରନେୱେ, ପାର୍କିଂ ପାଇଁ ଏପ୍ରୋନ କାମ ସରିଥିବାବେଳ ଟର୍ମିନାଲ୍ କାମ ଚାଲିଛି। ଆସନ୍ତା ଜୁନ୍ ୧୫ ସୁଦ୍ଧା ସମସ୍ତ ନିର୍ମାଣ କାମ ଶେଷ ହେବ ବୋଲି ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି।

୩ ମାସ ଭିତରେ ଉଡାଣ ପାଇଁ ଜୟପୁର ଏୟାରପୋର୍ଟକୁ ଅନୁମତି ମିଳିବ ବୋଲି ଉଷା ସୂଚନା ଦେଇଛନ୍ତି।

ଜୟପୁରକୁ ଉଡ଼ାଣ ଯୋଜନାରେ ସାମିଲ କରାଯିବ ପରେ ବିମାନ ବନ୍ଦରର କାମ ୨୦୧୬ରୁ ଆରମ୍ଭ ହୋଇଥିଲା।

Ordigital Desk
• Published: Sunday, 20 May 2018
• Updated: 20 May 2018, 07:42 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos