ଜେଲରୁ ଚମ୍ପଟ୍‌ ମାରିଲେ ହିମାଂଶୁ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଜେଲରୁ ଛୁ ମାରିଲେ  ବିଚାରାଧୀନ କଏଦୀ। ଏହି ଘଟଣା ଘଟିଛି ନୟାଗଡ଼ ସବ୍ ଜେଲରେ। ଫେରାର କଏଦୀ ଜଣଙ୍କ ହେଲେ ହିମାଂଶୁ ନାୟକ। ଗତ ୭ ତାରିଖରେ ଏକ ଡକାୟତି ମାମଲାରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଯାଇଥିଲା। ତେବେ ସେ ରବିବାର ଜେଲରୁ ଖସି ପଳାଇଥିବା ଜେଲ ଅଧୀକ୍ଷକ ଥାନାରେ ଏତଲା ଦେଇଛନ୍ତି। ପୁଲିସ ଜେଲର ସିସିଟିଭି ଫୁଟେଜ ଯାଞ୍ଚ କରୁଛି ଓ ଏହାସହ ଘଟଣାର ତଦନ୍ତ କରୁଛି। […]

jail,,,

jail,,,

Tapaswini Nayak
  • Published: Monday, 05 August 2019
  • Updated: 05 August 2019, 08:48 AM IST

Sports

Latest News

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଜେଲରୁ ଛୁ ମାରିଲେ  ବିଚାରାଧୀନ କଏଦୀ। ଏହି ଘଟଣା ଘଟିଛି ନୟାଗଡ଼ ସବ୍ ଜେଲରେ। ଫେରାର କଏଦୀ ଜଣଙ୍କ ହେଲେ ହିମାଂଶୁ ନାୟକ।

ଗତ ୭ ତାରିଖରେ ଏକ ଡକାୟତି ମାମଲାରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଯାଇଥିଲା। ତେବେ ସେ ରବିବାର ଜେଲରୁ ଖସି ପଳାଇଥିବା ଜେଲ ଅଧୀକ୍ଷକ ଥାନାରେ ଏତଲା ଦେଇଛନ୍ତି।

ପୁଲିସ ଜେଲର ସିସିଟିଭି ଫୁଟେଜ ଯାଞ୍ଚ କରୁଛି ଓ ଏହାସହ ଘଟଣାର ତଦନ୍ତ କରୁଛି।

ଗତ ଶନିବାର ଖଣ୍ଡପଡ଼ା ସବ୍‌ଜେଲରୁ ଜଣେ ବିଚାରାଧୀନ କଏଦୀ ଖସିଯାଇଥିଲା। ତେବେ ରବିବାର ନୟାଗଡ଼ ଜେଲରୁ ଆଉ ଜଣେ ବନ୍ଦୀ ଖସିଯିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଘଟଣା ପରେ ଜେଲ୍‌ର ସୁରକ୍ଷା ବ୍ୟବସ୍ଥା କେତେ କଡ଼ାକଡ଼ି ରହୁଛି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos