‘ବଜେଟ୍‌ରେ ସାଧାରଣ ଲୋକଙ୍କ ପାଇଁ ଆଶାଜନକ ବ୍ୟବସ୍ଥା ନାହିଁ’

ଭୁବନେଶ୍ୱର: ଆଜି ଉପସ୍ଥାପିତ ହୋଇଥିବା ବଜେଟ୍‌ରେ ସାଧାରଣ ଲୋକଙ୍କ ପାଇଁ ଆଶାଜନକ ବ୍ୟବସ୍ଥା ନାହିଁ। ଚାକିରି ସୃଷ୍ଟି ନେଇ ଆଶାନୁରୂପକ ବ୍ୟବସ୍ଥା ହୋଇନି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ସେ କହିଛନ୍ତି,“ଓଡ଼ିଶାର କେବିକେ ପରି ପଛୁଆ ଅଞ୍ଚଳ ପାଇଁ କୌଣସି ବ୍ୟବସ୍ଥା କରାଯାଇନି। ବ୍ୟାଙ୍କ ନଥିବା ଅଞ୍ଚଳରେ ବ୍ୟାଙ୍କ ଖୋଲିବା ପାଇଁ ବଜେଟରେ ଦର୍ଶାଯାଇନି। ଅନୁସୂଚିତ ଜାତି ଓ ଜନଜାତିଙ୍କ ଉନ୍ନତି ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ ନାହିଁ।”

ସେ କହିଛନ୍ତି,“ଓଡ଼ିଶା ପାଇଁ ରେଳୱେ ବ୍ୟୟବରାଦ ୯ ପ୍ରତିଶତ ବୃଦ୍ଧି ପାଇଛି। ମାତ୍ର ଡିସେମ୍ୱର ସୁଦ୍ଧା ରେଳ ବଜେଟରେ ୩୯ ପ୍ରତିଶତ ଖର୍ଚ୍ଚ ହୋଇଛି। ଆଶା କରୁଛି ଏହି ଧାରା ବଦଳିବ। କେନ୍ଦ୍ର ମାତୃମଙ୍ଗଳ ଯୋଜନା ହେଉଛି ମମତା ଯୋଜନାର ପ୍ରତିଛବି। ମମତା ଯୋଜନାର ସଫଳତାକୁ କେନ୍ଦ୍ର ମଡେଲ ଭାବେ ଭାବେ ନେଇଛି।”

ପାଇକ ବିଦ୍ରୋହରେ ୨୦୦ ବର୍ଷ ପୂର୍ତ୍ତି ପାଇଁ ବଜେଟରେ ବ୍ୟବସ୍ଥା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଛନ୍ତି।