ଶୋ ବିଳମ୍ୱ ହେବାରୁ…

ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ସିନେମା ହଲ୍‌ରେ ଲଙ୍କାକାଣ୍ଡ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଗଣେଶ ସିନେମା ହଲ୍‌ରେ। ରଜ ଅବସରରେ ରିଲିଜ୍ ହୋଇଥିବା  ଓଡ଼ିଆ ଫିଲ୍ମ ‘ସୁନ୍ଦରଗଡ଼ର ସଲମାନ୍ ଖାନ୍‌’ର ଶୋ ଆରମ୍ଭ ହେବାରେ ବିଳମ୍ବକୁ ନେଇ ସିନେମା ହଲ୍‌ରେ ଦର୍ଶକ ଭଙ୍ଗାରୁଜା କରିଛନ୍ତି।

ଏହି ଫିଲ୍ମ ଦେଖିବା ପାଇଁ ପାଖାପାଖି ୫ଶହରୁ ଅଧିକ ଦର୍ଶକ ଟିକେଟ କିଣିଥିଲେ। ତେବେ କୌଣସି କାରଣ ବଶତଃ ଆଜିର ଶୋ ଆରମ୍ଭ ହେବାରେ ବିଳମ୍ବ ଘଟିଥିଲା।  ଏଥିରେ ଉତ୍‌କ୍ଷିପ୍ତ  ହୋଇ ଶତାଧିକ ଦର୍ଶକ ହଲ୍ ପରିସରରେ ହଙ୍ଗାମା କରିଥିଲେ। ତା’ସହ ଟଙ୍କା ଫେରସ୍ତ ପାଇଁ ଦାବି କରିଥିଲେ।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।