ଉପାସନାଙ୍କ କାଷ୍ଟିଂ କାଉଚ୍‌ ଅଭିଯୋଗ: ୧୬୧ଧାରାରେ ରାଜେଶଙ୍କ ବୟାନ ରେକର୍ଡ  

ଭୁବନେଶ୍ୱର: ସିନେ ପ୍ରଡ୍ୟୁସର ରାଜେଶ ପତିଙ୍କ ବିରୋଧରେ କାଷ୍ଟିଂ କାଉଚ୍‌ ଅଭିଯୋଗ ମାମଲାରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ରାଜେଶଙ୍କ ୧୬୧ ଧାରାରେ ବୟାନ ରେକର୍ଡ ହୋଇଛି। ଏହି ସମୟରେ ରାଜେଶ ଅଭିନେତ୍ରୀ ଉପାସନା ଓ ତାଙ୍କ ମଧ୍ୟରେ ଥିବା ସଂପର୍କ ସଂପର୍କିତ କିଛି ବ୍ୟକ୍ତିଗତ ଭିଡ଼ିଓ, ସୋସିଆଲ୍‌ ସାଇଟ୍‌ରେ ଉଭୟଙ୍କ ମଧ୍ୟରେ ହୋଇଥିବା ଚାଟ୍‌ ଏବଂ ଫିଲ୍ମ ଅର୍ଥ ଦେଣନେଣ ସଂପର୍କିତ ପ୍ରମାଣକୁ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଦାଖଲ କରିଛନ୍ତି।

ଅନ୍ୟପକ୍ଷରେ ଅଭିନେତ୍ରୀ ଉପାସନା ଓ ପ୍ରଡ୍ୟୁସର ରାଜେଶ ପତିଙ୍କ ମଧ୍ୟରେ ଥିବା ଅନ୍ତରଙ୍ଗ କଥାବାର୍ତ୍ତାର ଏକ ଭିଡ଼ିଓ ଓଟିଭିର ହସ୍ତଗତ ହୋଇଛି। ଏହି ଭିଡ଼ିଓରେ ଅଭିନେତ୍ରୀ ଉପାସନା ପ୍ରଡ୍ୟୁସର ରାଜେଶ ପତିଙ୍କ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।  ତେବେ ଏନେଇ ଅଭିନେତ୍ରୀ ଉପାସନାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।