ସୋସିଆଲ ମିଡ଼ିଆରେ ଯୋଡ଼ିହୁଅ, ଲୋକଙ୍କୁ ସୁଶାସନ ଦିଅ: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ସୋସିଆଲ ମିଡ଼ିଆ ସହିତ ଯୋଡ଼ି ହୁଅ। ଏହାକୁ ବ୍ୟବହାର କରି ଲୋକଙ୍କୁ ସୁଶାସନ ଦିଅ। ଆଜି ଏପରି ଢ଼ଙ୍ଗରେ ପ୍ରଶାସନିକ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଏହି ଉଦ୍ଦେଶ୍ୟ ନେଇ ଆଜି ସଚିବାଳୟରେ ଅନୁଷ୍ଠିତ ହୋଇଛି “ଡେଲିଭରି ଅଫ୍ ପବ୍ଲିକ ସର୍ଭିସେସ ଥ୍ରୁ ସୋସିଆଲ ମିଡିଆ” ଶୀର୍ଷକ କର୍ମଶାଳା। ଫେସବୁକ ସହଭାଗିତାରେ ଆୟୋଜିତ ଏହି କର୍ମଶାଳାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ସୋସିଆଲ ମିଡିଆ ଦିନକୁ ଦିନ ଶକ୍ତିଶାଳି ହେଉଛି। […]

vlcsnap-2017-07-25-20h43m15s787-720x430

vlcsnap-2017-07-25-20h43m15s787-720x430

Rakesh Mallick
  • Published: Tuesday, 25 July 2017
  • Updated: 25 July 2017, 11:09 PM IST

Sports

Latest News

ଭୁବନେଶ୍ୱର: ସୋସିଆଲ ମିଡ଼ିଆ ସହିତ ଯୋଡ଼ି ହୁଅ। ଏହାକୁ ବ୍ୟବହାର କରି ଲୋକଙ୍କୁ ସୁଶାସନ ଦିଅ। ଆଜି ଏପରି ଢ଼ଙ୍ଗରେ ପ୍ରଶାସନିକ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଏହି ଉଦ୍ଦେଶ୍ୟ ନେଇ ଆଜି ସଚିବାଳୟରେ ଅନୁଷ୍ଠିତ ହୋଇଛି “ଡେଲିଭରି ଅଫ୍ ପବ୍ଲିକ ସର୍ଭିସେସ ଥ୍ରୁ ସୋସିଆଲ ମିଡିଆ” ଶୀର୍ଷକ କର୍ମଶାଳା। ଫେସବୁକ ସହଭାଗିତାରେ ଆୟୋଜିତ ଏହି କର୍ମଶାଳାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ।

ସୋସିଆଲ ମିଡିଆ ଦିନକୁ ଦିନ ଶକ୍ତିଶାଳି ହେଉଛି। ଏହାକୁ ମାଧ୍ୟମ ଭାବେ ନିଆଗଲେ ପ୍ରଶାସନିକ କଳରେ ବହୁ ଉନ୍ନତି ହୋଇପାରିବ। ଏହାଛଡ଼ା ଦକ୍ଷତା ବିକାଶ ହୋଇପାରିବ। ରାଜ୍ୟ ସରକାରଙ୍କ ପ୍ରତ୍ୟେକ ବିଭାଗ ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଫେସବୁକ୍ ଆକାଉଣ୍ଟ ଖୋଲାଗଲେ ଲୋକେ ସିଧାସଳଖ ସରକାରୀ ବିଧି ବ୍ୟବସ୍ଥା ସହିତ ପରିଚିତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସରକାରୀ ବିଭାଗର ଫେସବୁକ୍ ଆକାଉଣ୍ଟକୁ ଭେରିଫାଇଏଡ୍‌ କରିବେ। ଫେସବୁକ୍ ଜରିଆରେ ଲୋକେ ଅଭିଯୋଗ ଦେବେ ଓ ଏହା ଜରିଆରେ ଏହାର ସମାଧନା କରାଯାଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos