ରାଜ୍ୟସଭାରେ ମହାନଦୀ ପ୍ରସଙ୍ଗ ଉଠାଇଲେ ଅନଙ୍ଗ ଉଦୟ

କଟକ:ମହାନଦୀର ଉପରମୁଣ୍ଡରେ ଛତିଶଗଡ ସରକାର ନିର୍ମାଣ କରୁଥିବା ବ୍ୟାରେଜ ନିର୍ମାଣ ପ୍ରସଙ୍ଗ ଆଜି ସଂସଦରେ ଉଠିଥିଲା। ବନ୍ୟା ସମ୍ପର୍କିତ ଧ୍ୟାନ ଆକର୍ଷଣକାରୀ ନୋଟିସ ଉପରେ ଆଲୋଚନାବେଳେ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ଏହି ପ୍ରସଙ୍ଗ ଉଠାଇଥିଲେ।

ସଂସଦରେ ସେ କହିଛନ୍ତି,“ଛତିଶଗଡ ସରକାର ଓଡ଼ିଶା ସରକାରଙ୍କ ସହ ବିନା ପରାମର୍ଶରେ ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରୁଛନ୍ତି। ଏହାଦ୍ୱାରା ଓଡ଼ିଶା ପ୍ରଭାବିତ ହେବ। ମହାନଦୀରେ ପାଣି ଶୁଖିଯିବ। ତେଣୁ ଛତିଶଗଡ ମୁଖ୍ୟମନ୍ତ୍ରୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଏକାଠି ବସି ଏହି ପ୍ରସଙ୍ଗରେ ଆଲୋଚନା କରିବା ଦରକାର।”

ଏହି ପ୍ରସଙ୍ଗରେ ଆସନ୍ତାକାଲି ବିଜେଡି ସାଂସଦମାନେ ପାର୍ଲାମେଣ୍ଟର ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେବେ।