କୁଳପତିଙ୍କ ଗାନ୍ଧିଗିରି: ୧୨ ଘଣ୍ଟା ପରେ ମୌନବ୍ରତ ଭାଙ୍ଗିଲେ ଭିସି

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଗାନ୍ଧିଙ୍କ ପଥ ଆପଣେଛନ୍ତି। କ୍ୟାମ୍ପସରେ ଶାନ୍ତି ଫେରାଇବା ପାଇଁ ମୌନବ୍ରତ କରି ଅନଶନରେ ବସିଥିଲେ। ଦୀର୍ଘ ୧୨ ଘଣ୍ଟାର ମୌନବ୍ରତ ପରେ ସେ ଅନଶନରୁ ଉଠିଛନ୍ତି। ଯାହାକୁ ନେଇ କ୍ୟାମ୍ପସ୍ ରାଜନୀତି ସରଗରମ ହେବାରେ ଲାଗିଛି। ନିର୍ବାଚନୀ ହିଂସାକୁ ନେଇ ବାଣୀବିହାର ଯେତେ ଚର୍ଚ୍ଚିତ ହୋଇ ନଥିଲା ଏବେ କୁଳପତିଙ୍କ ପଦକ୍ଷେପ ତା’ଠୁ ଅଧିକ ଚର୍ଚ୍ଚାରେ। ନିଜ କାର୍ଯ୍ୟାଳୟ ଆଗରେ ସକାଳ ୮ରୁ ରାତି ୮ […]

Rakesh Mallick
  • Published: Tuesday, 10 October 2017
  • Updated: 10 October 2017, 09:47 PM IST

Sports

Latest News

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଗାନ୍ଧିଙ୍କ ପଥ ଆପଣେଛନ୍ତି। କ୍ୟାମ୍ପସରେ ଶାନ୍ତି ଫେରାଇବା ପାଇଁ ମୌନବ୍ରତ କରି ଅନଶନରେ ବସିଥିଲେ। ଦୀର୍ଘ ୧୨ ଘଣ୍ଟାର ମୌନବ୍ରତ ପରେ ସେ ଅନଶନରୁ ଉଠିଛନ୍ତି। ଯାହାକୁ ନେଇ କ୍ୟାମ୍ପସ୍ ରାଜନୀତି ସରଗରମ ହେବାରେ ଲାଗିଛି।

ନିର୍ବାଚନୀ ହିଂସାକୁ ନେଇ ବାଣୀବିହାର ଯେତେ ଚର୍ଚ୍ଚିତ ହୋଇ ନଥିଲା ଏବେ କୁଳପତିଙ୍କ ପଦକ୍ଷେପ ତା’ଠୁ ଅଧିକ ଚର୍ଚ୍ଚାରେ। ନିଜ କାର୍ଯ୍ୟାଳୟ ଆଗରେ ସକାଳ ୮ରୁ ରାତି ୮ ଯାଏଁ ଅନଶନରେ ବସିଥିଲେ। ପାଖରେ ରଖିଥିଲେ ମହାତ୍ମା ଗାନ୍ଧିଙ୍କ ଫଟୋଚିତ୍ର। କୁଳପତିଙ୍କୁ ସମର୍ଥନ କରିଛନ୍ତି ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା। କିଛି ଛାତ୍ର କୁଳପତିଙ୍କୁ ସମର୍ଥନ କରି ତାଙ୍କ ସହ ଅନଶନରେ ବସିଥିଲେ।

ଗତକାଲି ସାଇନ୍-ଏ-ଡାଏ ଉଠିବା ପରେ କ୍ୟାମ୍ପସ୍‌କୁ ଛାତ୍ରଛାତ୍ରୀ ଫେରିଥିଲେ। ହେଲେ ଖୋଲୁ ଖୋଲୁ ଦେଖାଦେଲା ଅଶାନ୍ତି। ଛାତ୍ର ଅଶାନ୍ତି ବଢ଼ିବାରୁ କୁଳପତି ଏଭଳି ନିଷ୍ପତ୍ତି ନେଇଥିଲେ। ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ବିଭାଗକୁ ନଜଣାଇ କୁଳପତି ଏପରି କରିଥିବାରୁ ତାଙ୍କୁ ରିପୋର୍ଟ ମଗାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି।

ତେବେ କୁଳପତିଙ୍କ ଏପରି ପଦକ୍ଷେପକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିବାରେ ଲାଗିଛି। ଭିସି କାହିଁକି ଗାନ୍ଧିଗିରି ପନ୍ଥା ଆପଣାଇବାକୁ ବାଧ୍ୟ ହେଲେ ? କିଛି ରାଜନୈତିକ ଚାପ ରହୁଛି କି ? କିଛିଦିନ ତଳେ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରକାଶ ଷଡ଼ଙ୍ଗୀ ମଧ୍ୟ କ୍ୟାମ୍ପସ୍‌ରେ ଅତ୍ୟଧିକ ରାଜନୈତିକ ହସ୍ତକ୍ଷେପ ହେଉଥିବା କହି ଇସ୍ତଫା ପତ୍ର ଦେଇଥିଲେ। ସେ ବି ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅନଶନକୁ ସମର୍ଥନ ଜଣାଇଛନ୍ତି। ତାଙ୍କ ମତରେ କ୍ୟାମ୍ପସ୍‌ରେ ରାଜନୈତିକ ଦଳର ହସ୍ତକ୍ଷେପ ରହିବା ଅନୁଚିତ। ଏଫଏମ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ମତରେ ଏଭଳି ଘଟଣା ଦୁର୍ଭାଗ୍ୟଜନକ। ପାଠ ପଢିବାକୁ ଆସୁଥିବା ଛାତ୍ରମାନେ ମଧ୍ୟ ଘଟଣାକୁ ନିନ୍ଦା କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି- “ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରି ଶୈକ୍ଷିକ ବାତାବରଣ ଫେରାଇ ଆଣିବା ପାଇଁ ପଦକ୍ଷେପ ନିଅନ୍ତୁ।”

ଅନଶନରୁ ଉଠିବା ପରେ ଭିସି କହିଛନ୍ତି, “ଏହା ଧାରଣା ନୁହେଁ, କ୍ୟାମ୍ପସକୁ ହିଂସାମୁକ୍ତ କରିବାକୁ ଆତ୍ମସମୀକ୍ଷା। ସମସ୍ତଙ୍କଠାରୁ ସହଯୋଗ ମିଳିଛି, ଆଗକୁ ଶାନ୍ତି ଫେରିବ ବୋଲି ଆଶା କରୁଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story