ବ୍ୟୋମକେଶ ତ୍ରିପାଠୀ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ନୂଆ କୁଳପତି

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର): ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ନୂଆ କୁଳପତିଙ୍କୁ ନିଯୁକ୍ତ ମିଳିଛି। ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତ ପାଇଛନ୍ତି। ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ମଧ୍ୟପ୍ରଦେଶ ଅମରକଣ୍ଟକ ସ୍ଥିତ ଇନ୍ଦିରା ଗାନ୍ଧି ନ୍ୟାସନାଲ ଟ୍ରାଇବାଲ ୟୁନିଭରସିଟିରେ ଇତିହାସ ବିଭାଗର ଫ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ ସେ ଇଟାନଗର ସ୍ଥିତ ରାଜୀବ ଗାନ୍ଧି ବିଶ୍ୱବିଦ୍ୟାଳୟ ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି। ରାଜ୍ୟପାଳଙ୍କ ନିର୍ଦ୍ଦେଶ ଅନୁସାରେ […]

n-9087

n-9087

Tapaswini Nayak
  • Published: Saturday, 28 December 2019
  • Updated: 28 December 2019, 03:58 PM IST

Sports

Latest News

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର): ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ନୂଆ କୁଳପତିଙ୍କୁ ନିଯୁକ୍ତ ମିଳିଛି। ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତ ପାଇଛନ୍ତି। ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ମଧ୍ୟପ୍ରଦେଶ ଅମରକଣ୍ଟକ ସ୍ଥିତ ଇନ୍ଦିରା ଗାନ୍ଧି ନ୍ୟାସନାଲ ଟ୍ରାଇବାଲ ୟୁନିଭରସିଟିରେ ଇତିହାସ ବିଭାଗର ଫ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ ସେ ଇଟାନଗର ସ୍ଥିତ ରାଜୀବ ଗାନ୍ଧି ବିଶ୍ୱବିଦ୍ୟାଳୟ ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି।

ରାଜ୍ୟପାଳଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରଫେସର ବ୍ୟୋମକେଶ ତ୍ରିପାଠୀଙ୍କୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ମିଳିଛି। ଦୀର୍ଘ ୨୭ ବର୍ଷ ଧରି ଫ୍ରଫେସର ବ୍ୟୋମକେଶ ତ୍ରିପାଠୀଙ୍କର ଶିକ୍ଷାଦାନର ଅଭିଜ୍ଞତା ରହିଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସେ MA ସହ PHD ଡିଗ୍ରୀ ହାସଲ କରିଛନ୍ତି। ବ୍ୟୋମକେଶ ତ୍ରିପାଠୀ ଝାରସୁଗୁଡ଼ା ସରବାହାଲ ବାସିନ୍ଦା ଅଟନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos