ଓଡ଼ିଶା ବିକାଶରେ ବାଜପେୟୀଙ୍କ ଅବଦାନ ଥିଲା ଅତୁଳନୀୟ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବେନଶ୍ଵର(ଓଡ଼ିଶା ରିପୋର୍ଟର): ‘ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗ ଭାରତୀୟ ରାଜନୀତି ପାଇଁ ଏକ ଦୁଃଖଦ ଖବର। ଦେଶ ପାଇଁ ଏକ ଅପୂରଣୀୟ କ୍ଷତି।’ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକବ୍ୟକ୍ତ କରି ଏଭଳି ବିବୃତି ରଖିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ପ୍ରଥମ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଟଳ ଜୀ ଥିଲେ ଜଣେ ଅନନ୍ୟ ଚିନ୍ତାନାୟକ, ଲବ୍ଧ ପ୍ରତିଷ୍ଠିତ ଲେଖକ, ଧୂରୀଣ ରାଜନୈତିଜ୍ଞ । ସର୍ବୋପରି ସେ ମଣିଷ ପରି ମଣିଷଟିଏ ଥିଲେ ବୋଲି […]

dharmendra-712x430

dharmendra-712x430

Developer
  • Published: Thursday, 16 August 2018
  • Updated: 17 August 2018, 02:31 AM IST

Sports

Latest News

ନୂଆଦିଲ୍ଲୀ/ଭୁବେନଶ୍ଵର(ଓଡ଼ିଶା ରିପୋର୍ଟର): ‘ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗ ଭାରତୀୟ ରାଜନୀତି ପାଇଁ ଏକ ଦୁଃଖଦ ଖବର। ଦେଶ ପାଇଁ ଏକ ଅପୂରଣୀୟ କ୍ଷତି।’

କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକବ୍ୟକ୍ତ କରି ଏଭଳି ବିବୃତି ରଖିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ପ୍ରଥମ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଟଳ ଜୀ ଥିଲେ ଜଣେ ଅନନ୍ୟ ଚିନ୍ତାନାୟକ, ଲବ୍ଧ ପ୍ରତିଷ୍ଠିତ ଲେଖକ, ଧୂରୀଣ ରାଜନୈତିଜ୍ଞ । ସର୍ବୋପରି ସେ ମଣିଷ ପରି ମଣିଷଟିଏ ଥିଲେ ବୋଲି କହିଛନ୍ତି ପ୍ରଧାନ।

ତାଙ୍କର ପ୍ରଚଣ୍ଡ ପ୍ରତିଭା ପାଇଁ ଉଭୟ ବିରୋଧୀ ଓ ସମର୍ଥକ ତାଙ୍କୁ ଯଥେଷ୍ଟ ସମ୍ମାନ କରୁଥିଲେ।

୧୯୯୯ରେ ଓଡ଼ିଶାରେ ମହାବାତ୍ୟା ହେବା ପରେ ବାଜପେୟୀ ସରକାର ରାଜ୍ୟ ସରକାରଙ୍କୁ ଯଥାସମ୍ଭବ ସାହାଯ୍ୟ ଓ ସାହାୟତା ଯୋଗାଇ ଦେଇଥିଲେ। ରିଲିଫ୍, ଥଇଥାନ ବ୍ୟବସ୍ଥା ଓ କ୍ଷତିଗ୍ରସ୍ତଙ୍କୁ ପକ୍କାଘର ଯୋଗାଇବା ପାଇଁ ମଧ୍ୟ ବାଜପେୟୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ସମସ୍ତ ବ୍ୟବସ୍ଥା କରିଥିଲେ।

ଏମ୍ସର ଓଡ଼ିଶା ଶାଖା ପ୍ରତିଷ୍ଠା ପାଇଁ ବାଜପେୟୀଙ୍କ ଅବଦାନ ଥିଲା ଅତୁଳନୀୟ।  ରାଷ୍ଟ୍ରୀୟ ରାଜମାର୍ଗ କ୍ଷେତ୍ରରେ ମଧ୍ୟ ଓଡ଼ିଶାକୁ ସେ ଅଗ୍ରାଧୀକାର ଦେଇଥିଲେ। ପାରାଦ୍ୱୀପ ତୈଳ ବିଶୋଧନାଗାର ହେଉଛି ଓଡ଼ିଶାବାସୀଙ୍କ ପ୍ରତି ବାଜପେୟୀଙ୍କ ଅବଦାନ। ୨୦୦୨ରେ ଯାହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ନିଜେ ବାଜପେୟୀ। ଯାହାକୁ ଓଡ଼ିଶା ବିକାଶରେ ନୂଆ ମାଇଲଖୁଣ୍ଟ ମଧ୍ୟ କୂହାଯାଇପାରେ ବୋଲି କହିଛନ୍ତି ଶ୍ରୀ ପ୍ରଧାନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos