ଭାଲେଣ୍ଟାଇନ୍ ଡେ’: ଯୁବପୀଢ଼ିଙ୍କ ମଧ୍ୟରେ ଉତ୍ସାହର ମାହୋଲ

ଭୁବନେଶ୍ୱର: ଆଜି  ଭାଲେଣ୍ଟାଇନ୍ ଡେ’। ନିଜର ମନର ମଣିଷ ପାଇଁ କିଛି ସ୍ପେଶାଲ କରିବାକୁ ବେଶ୍ ଆଗଭର ଅଛନ୍ତି ଯୁବପୀଢି। ଏଥିପାଇଁ ରାଜଧାନୀର ବିଭିନ୍ନ ଦୋକାନ ଗୁଡ଼ିକରେ ଭିଡ଼ ଜମିଛି। ରଙ୍ଗ ବେରଙ୍ଗର ଗୋଲାପ ଫୁଲ ସାଙ୍ଗକୁ ଚକୋଲେଟ୍, ଟେଡି ବିୟର, ଲଭ୍ କୋଟେସନ୍ କାର୍ଡସ୍, ଫୋଟ ଫ୍ରେମ, ଲଭ୍ ମେସେଜ୍ ବକ୍ସ, ଏମିତି ଅନେକ ଭଳିକି ଭଳି  ଗିଫ୍ଟର ଖୁବ୍ ଚାହିଦା ରହିଛି।

ଅନ୍ୟପଟେ ସୋସିଆଲ ମିଡ଼ିଆରେ ମଧ୍ୟ ଜୋରସୋରରେ ଚାଲିଛି ଭାଲେଣ୍ଟାଇନ୍‌ର ଶୁଭେଚ୍ଛା ବାର୍ତ୍ତା। ଦୂରରେ ଥିବା ନିଜର ବନ୍ଧୁ ବା ବାନ୍ଧବୀଙ୍କ ପାଖରେ ଖବୁ କମ୍ ସମୟରେ ନିଜର ମନ କଥା ପହଞ୍ଚି ପାରୁଛି।

ଭାଲେଣ୍ଟାଇନ୍ ଡେ ଆମ ସଂସ୍କୃତିର ଅଙ୍ଗ ନୁହେଁ ବୋଲି ଯୁକ୍ତି ଦର୍ଶାଇ ଏହାକୁ ବିରୋଧ କରୁଛି ବଜରଙ୍ଗ ଦଳ। ଏହି ଦିନରେ ପିତୃମାତୃ ପୂଜନ ଦିବସ ଏବଂ ସହିଦ୍ ଶୁକଦେବ ରାଜଗୁରୁ ଓ ଭଗତସିଂଙ୍କ ଉଦ୍ଦେଶ୍ୟରେ ଶୋକ ପାଳିବାକୁ ଦଳ ପକ୍ଷରୁ କୁହାଯାଇଛି।