ବିଧାନସଭାର ବିଭିନ୍ନ କମିଟି ବୈଠକ ବାତିଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାନସଭାର ବିଭିନ୍ନ କମିଟିର ବୈଠକ ବାତିଲ କରାଯିବା ନେଇ ନିଷ୍ପତ୍ତି ହୋଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଗତମାସରେ ବିଧାନସଭାର ବିଭିନ୍ନ କମିଟି ମିଟିଂ ପାଇଁ ଅନୁମତି ଦେଇଥିଲୁ। କରୋନା ସ୍ଥିତି ଦେଖି ସବୁ ବୈଠକ ବାତିଲ ନେଇ କାଲି ନିଷ୍ପତ୍ତି ହୋଇଛି। ବାଚସ୍ପତି ଆହୁରି କହିଛନ୍ତି, ମାର୍ଚ୍ଚ ୩୦ ତାରିଖରେ ଶେଷ ଥର ପାଇଁ ବିଧାନସଭା ବସିଥିଲା। ଆଉ ୬ ମାସ […]

suryayyy777

suryayyy777

Tapaswini Nayak
  • Published: Monday, 06 July 2020
  • Updated: 06 July 2020, 02:26 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାନସଭାର ବିଭିନ୍ନ କମିଟିର ବୈଠକ ବାତିଲ କରାଯିବା ନେଇ ନିଷ୍ପତ୍ତି ହୋଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଜି ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଗତମାସରେ ବିଧାନସଭାର ବିଭିନ୍ନ କମିଟି ମିଟିଂ ପାଇଁ ଅନୁମତି ଦେଇଥିଲୁ। କରୋନା ସ୍ଥିତି ଦେଖି ସବୁ ବୈଠକ ବାତିଲ ନେଇ କାଲି ନିଷ୍ପତ୍ତି ହୋଇଛି।

ବାଚସ୍ପତି ଆହୁରି କହିଛନ୍ତି, ମାର୍ଚ୍ଚ ୩୦ ତାରିଖରେ ଶେଷ ଥର ପାଇଁ ବିଧାନସଭା ବସିଥିଲା। ଆଉ ୬ ମାସ ଭିତରେ ହେବା କଥା। ଏନେଇ ଲୋକସଭା ବାଚସ୍ପତି ଓ ରାଜ୍ୟପାଳଙ୍କ ସହ କଥା ହୋଇଛି। ସମସ୍ତଙ୍କ ମତକୁ ଅପେକ୍ଷା କରାଯାଇଛି। ମତାମତ ମିଳିଲେ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ।

ସୂଚନାଯୋଗ୍ୟ, ରାଜ୍ୟରେ ଦିନକୁ ଦିନକୁ କରୋନା ଆକ୍ରାନ୍ତଙ୍କ ହୁ ହୁ ବଢ଼ିଚାଲିଛି। ଆଜି ଆଉ ୪୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୯୫୨୬ରେ ପହଞ୍ଚି ଯାଇଛି। ସେମାନଙ୍କୁ ମଧ୍ୟରୁ ୬୨୨୪ଜଣ ସୁସ୍ଥ ହୋଇ ସାରିଲେଣି। ଏହାବ୍ୟତୀତ ରାଜ୍ୟରେ ଏବେ ୩୨୫୪ ଆକ୍ଟିଭ କେସ୍ ରହିଛି।। ୩୮ ଜଣଙ୍କ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos