ପରିବା ବ୍ୟବସାୟୀଙ୍କୁ ସ୍ଥାନାନ୍ତର ନେଇ ଉତ୍ତେଜନା

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ରିଙ୍ଗ୍‌ ରୋଡ୍‌ ସାଇଡ୍‌ରେ ବସୁଥିବା ଖୁଚୁରା ପରିବା ବ୍ୟବସାୟୀ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ମନା କରିବା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁସାରେ, ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ରାଉରକେଲା ଟ୍ରାଫିକ ଗେଟ୍‌ ନିକଟରେ ବସୁଥିବା ଖୁଚୁରା ପରିବା ବ୍ୟବସାୟୀଙ୍କୁ ରିଙ୍ଗ ରୋଡ୍‌ ସାଇଡ୍‌ରେ ବସା ଯାଇଥିଲା। ରାଉରକେଲା ମହାନଗର ନିଗମ ଏବଂ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ମିଳିତ ଭାବେ ଏହି  ନିଷ୍ପତ୍ତି ନେଇଥିଲେ। […]

888

888

Tapaswini Nayak
  • Published: Saturday, 18 April 2020
  • Updated: 18 April 2020, 10:56 AM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ରିଙ୍ଗ୍‌ ରୋଡ୍‌ ସାଇଡ୍‌ରେ ବସୁଥିବା ଖୁଚୁରା ପରିବା ବ୍ୟବସାୟୀ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ମନା କରିବା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁସାରେ, ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ରାଉରକେଲା ଟ୍ରାଫିକ ଗେଟ୍‌ ନିକଟରେ ବସୁଥିବା ଖୁଚୁରା ପରିବା ବ୍ୟବସାୟୀଙ୍କୁ ରିଙ୍ଗ ରୋଡ୍‌ ସାଇଡ୍‌ରେ ବସା ଯାଇଥିଲା। ରାଉରକେଲା ମହାନଗର ନିଗମ ଏବଂ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ମିଳିତ ଭାବେ ଏହି  ନିଷ୍ପତ୍ତି ନେଇଥିଲେ। ତେବେ ଆଜି ସକାଳେ ଇସ୍ପାତ କାରଖାନା ଲ୍ୟାଣ୍ଡ ଗାର୍ଡମାନେ ମାଇକ୍‌ ଦ୍ୱାରା ପ୍ରଚାର କରି ପରିବା ବ୍ୟବସାୟୀଙ୍କୁ ସେଠାରୁ ସ୍ଥାନାନ୍ତର ହେବା ପାଇଁ କହିଥିଲେ। ତେବେ ପରିବା ବ୍ୟବସାୟୀମାନେ ସେଠାରୁ ହଟିବାକୁ ରାଜି ହୋଇ ନ ଥିଲେ। ପୂର୍ବରୁ କୌଣସି ସୂଚନା ନ ଦିଆଯାଇ ହଠାତ୍‌  ଅନ୍ୟତ୍ର ସ୍ଥାନାନ୍ତର ହେବାକୁ କୁହାଯିବାରୁ ଉତ୍ତେଜନା ସୃଷ୍ଟି ହୋଇଛି। ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos