ବେଇମାନ୍ ବାଣ: ଟଙ୍କା ରଖି ଜୀବନ ନେଇଗଲା, ଆଖି ଆଗରେ ଚାଲିଗଲା ୩ ପୁଅ ଓ ନାତିନାତୁଣୀଙ୍କ ଜୀବନ

ବାଲେଶ୍ୱର: ଆଲୋକର ପର୍ବ ଦୀପାବଳି ସତେ ଯେମିତି ଏଥର ଅଶୁଭ ପାଲଟିଯାଇଛି ବାଲେଶ୍ୱର ବାହାବଳପୁରବାସୀଙ୍କ ପାଇଁ । ଗତକାଲିର ଭୟଙ୍କର ବାଣ ବିସ୍ପୋରଣରେ ଅକାଳରେ ଚାଲିଗଲା ୧୧ଟି ଅମୂଲ୍ୟ ଜୀବନ। ତିନି ତିନିଟି ଭେଣ୍ଡା ପୁଅ ଓ ନାତି ନାତୁଣୀଙ୍କୁ ହରାଇଥିବା ନିଜେ କାରଖାନା ମାଲିକ ବି ଏସସିବିରେ ଚିକିତ୍ସାଧୀନ । ସେପଟେ ଦୁର୍ଘଟଣାର କାରଣ ଖୋଜା ସହ ବେଆଇନ୍ ବାଣ କାରବାର ଓ ବିକ୍ରି ରୋକିବାକୁ ଅଭିଯାନ ଆରମ୍ଭ କରିଛି ପୋଲିସ୍। ଜଣଙ୍କ ଶଙ୍ଖା ଡାକ୍ତରଖାନାରେ […]

Rakesh Mallick
  • Published: Thursday, 19 October 2017
  • Updated: 19 October 2017, 10:08 PM IST

Sports

Latest News

ବାଲେଶ୍ୱର: ଆଲୋକର ପର୍ବ ଦୀପାବଳି ସତେ ଯେମିତି ଏଥର ଅଶୁଭ ପାଲଟିଯାଇଛି ବାଲେଶ୍ୱର ବାହାବଳପୁରବାସୀଙ୍କ ପାଇଁ । ଗତକାଲିର ଭୟଙ୍କର ବାଣ ବିସ୍ପୋରଣରେ ଅକାଳରେ ଚାଲିଗଲା ୧୧ଟି ଅମୂଲ୍ୟ ଜୀବନ। ତିନି ତିନିଟି ଭେଣ୍ଡା ପୁଅ ଓ ନାତି ନାତୁଣୀଙ୍କୁ ହରାଇଥିବା ନିଜେ କାରଖାନା ମାଲିକ ବି ଏସସିବିରେ ଚିକିତ୍ସାଧୀନ । ସେପଟେ ଦୁର୍ଘଟଣାର କାରଣ ଖୋଜା ସହ ବେଆଇନ୍ ବାଣ କାରବାର ଓ ବିକ୍ରି ରୋକିବାକୁ ଅଭିଯାନ ଆରମ୍ଭ କରିଛି ପୋଲିସ୍। ଜଣଙ୍କ ଶଙ୍ଖା ଡାକ୍ତରଖାନାରେ ବନ୍ଧା ପଡିଛି।  ଆଉ ଜଣଙ୍କ ଶଙ୍ଖାକୁ ଜାଳି ଦେଇଛି ବେଇମାନ୍ ବାଣ । ଜଣେ ବାଣ କାରଖାନାର ମାଲିକ ଗୋଲକଙ୍କ ସ୍ତ୍ରୀ, ଅନ୍ୟ ଜଣେ ତାଙ୍କ ବୋହୁ । କିଏ କାହାକୁ ବୁଝାଇବ ତାଙ୍କୁ

ବାହାବଳପୁର ବାଣ ବିସ୍ଫୋରଣରେ ଗୁରୁତର ଆହତ ହୋଇଛନ୍ତି ନିଜେ କାରଖାନା ମାଲିକ ଗୋଲକ ପ୍ରଧାନ।  ପ୍ରାଣ ହରାଇଛନ୍ତି ତାଙ୍କର ତିନି ଭେଣ୍ଡା ପୁଅ ଓ ଦୁଇ କୁନି କୁନି ନାତି ନାତୁଣୀ । ହେଲେ ଗୋଲକଙ୍କ ସହ ଏ ଦୁର୍ଘଟଣା ନୂଆ ନୁହେଁ।  ୨ବର୍ଷ ତଳେ ମଧ୍ୟ ଏମିତି ଏକ ଘଟଣାରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ପ୍ରାଣ ଯାଇଥିଲା।  ଆଉ ଗତକାଲିର ଘଟଣା ତାଙ୍କର ସର୍ବସ୍ୱ ଲୁଟି ନେଇଛି। ବାହାବଳପୁରର ବାଣ କାରିଗର ଗୋଲକ ପ୍ରଧାନଙ୍କ କାରଖାନାରେ ବିସ୍ଫୋରଣ ସାମାନ୍ୟ ଟିକିଏ ଅସାବଧାନାରୁ ଚାଲିଗଲା।

ଅମୂଲ୍ୟ ଜୀବନ ବିସ୍ଫୋରଣର ଚିହ୍ନ ଆଜି ସକାଳ ଯାଏଁ ବି ଛାଡ଼ି ନଥିଲା।  କୁହୁଳୁଥିବା ଅଧାପୋଡ଼ା ବାଣ ଓ ଛଣକୁ ଶାନ୍ତ କରୁଥିଲେ ଅଗ୍ନିଶମ ବାହିନୀ ।  ଏପଟେ ଆଖପାଖ ଅଞ୍ଚଳରେ ଓଡ୍ରାଫ୍ ଟିମ୍ ଖୋଜୁଥିଲେ ଛିଟିକି ପଡିଥିବା ଆଉ କେହି ମୃତାହତଙ୍କୁ । ଖୋଜାଖୋଜି ବେଳେ ଆଜି ଦୁର୍ଘଟଣାସ୍ଥଳରୁ ମିଳିଥିଲା ଥାକେ ଟଙ୍କା। ଲୋକେ କୁହା କୁହି ହେଉଥିଲେ,ଯେଉଁ ଟଙ୍କା ପାଇଁ ଗୋଲକ ଓ ତାଙ୍କ କାରୀଗରମାନେ ଜୀବନକୁ ବାଜି ଲଗାଇ ବାଣ ଭିଡ଼ୁଥିଲେ, ସେ ଟଙ୍କା ତ ଅଛି।  ହେଲେ ସେମାନଙ୍କ ଭିତରୁ ଆଉ ଅଧିକାଂଶ ନାହାନ୍ତି । ଏହି ବିସ୍ଫୋରଣରେ ଗୋଲକଙ୍କ ପରିବାରର ୫ ଜଣଙ୍କ ବାଦେ ଆଖପାଖ ଗାଁର ଅନ୍ୟ ୫ କାରିଗର ବି ପ୍ରାଣ ହରାଇଛନ୍ତି।

https://www.youtube.com/watch?v=oWUrZtWqQbw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story